ଫାଇନ୍ ଆଦାୟ ନେଇ ସାମୟିକ କୋହଳ, ଲାଗୁହେଲା ୫ଟି ନୂଆ ଟ୍ରାଫିକ୍ ନିୟମ

ଭୁବନେଶ୍ୱର,ଏନ୍ଏନ୍ଏସ୍:ଶନିବାର ଭୁବନେଶ୍ୱର ରାଜମହଲ ଛକ ଠାରେ ଯାନବାହାନ କାଗଜପତ୍ର ଯାଞ୍ଚକୁ ନେଇ ହୋଇଥିବା ପୁଲିସ ଓ ଜନତାଙ୍କ ମଧ୍ୟରେ ସଂଘର୍ଷକୁ ନେଇ ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ ଆମେ କେବଳ ନିମ୍ନଲିଖିତ ୫ଟି ଭୁଲ ଜରିମାନା ଆଦାୟ କରୁଛୁ।

-ଏହି ନିୟମକୁ ଭାଙ୍ଗିଲେ ଫାଇନ୍ ନେବ ପୁଲିସ

୧. ମଦ ପିଇ ଗାଡି ଚଳାଇଲେ।
୨. ବିନା ହେଲମେଟ୍ ରେ ଗାଡି ଚଳାଇଲେ।
୩. ରଙ୍ଗରୁଟ୍ ରେ ଗାଡି ଚଳାଇଲେ।
୪. ୩ ଜଣ ଗୋଟିଏ ବାଇକରେ ବସିଲେ।
୫. ଡ୍ରାଇଭିଂ ସମୟରେ ମୋବାଇଲ୍ ରେ କଥା ହେଲେ।

ଏମିତିକି ୧ହଜାର ଟଙ୍କା ସ୍ଥାନରେ ୫ଶହ ଟଙ୍କା ନେଉଛୁ। ଇନ୍ସୁରାନ୍ସ ଓ ପଲ୍ୟୁସନ ଏବେ ଦେଖୁନାହୁଁ ବୋଲି ସ୍ପଷ୍ଟ କରିଛନ୍ତି କମିଶନର। ପରିବହନ ବିଭାଗ ସହ ଆମେ କଥା ହୋଇଛୁ ଓ ଆଇନ ଉଲ୍ଲଂଘନ କରୁଥିବା ପୁଲସଙ୍କ ପ୍ରତି କଡା ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି କମିଶନର।