ଛାନିଆ ହେଲେଣି ଗାଡ଼ି ଚାଳକ : ଆରଟିଓ ଅଫିସରେ ନାହି ନଥିବା ଭିଡ଼

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଛାନିଆ ହେଲଣି ଗାଡ଼ିଚାଳକ, ଆରଟିଓ ଅଫିସରେ ନାହି ନଥିôବା ଭିଡ଼ ଦେଖିବାକୁ ମିଳିଛି। ଡିସେମ୍ବର ୧ରୁ ନିୟମ ହେବ କଡ଼ାକଡ଼ି। ଏଥିପାଇଁ ଲୋକମାନେ ଆରଟିଓ ଅଫିସରେ ସବୁ କାମ ଛାଡ଼ି ଘଂଟା ଘଂଟା ଧରି ଲାଇନରେ ଠିଆ ହୋଇଥିବା ଭୁବନେଶ୍ୱର ୨ଟି ଆରଟିଓ ଅଫିସରେ ଦେଖାଦେଇଛି। ଡ୍ରାଇଭିଂ ଲାଇସେନ୍ସ, ଗାଡି ଫିଟନେସ, ଗାଡିର କାଗଜପତ୍ର ପାଇଁ ପୁଣି ଥରେ ଆରଟିଓ ଅଫିସ ଆଗରେ ଘଣ୍ଟା ଘଣ୍ଟା ଧରି ଲୋକେ ଲାଇନ୍‌ରେ ଛିଡ଼ା ହେଉଥିବା ଦେଖିବାକୁ ମିଳୁଛି। ଆରଟିଓ ଅଫିସକୁ ଦଲାଲ ମୁକ୍ତ କରିବା ଲାଗି ସରକାର ପଦକ୍ଷେପ ନେଇଥିବା ବେଳେ ପୁଣି ଦଲାଲ ସକ୍ରିୟ ହୋଇ ଉଠିଥିବା ଅଭିଯୋଗ ହେଉଛି। ତେବେ ଦଲାଲ ସକ୍ରିୟ ଅଭିଯୋଗ ନେଇ ଆରଟିଓ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।