ସୁଶାନ୍ତ ଆତ୍ମହତ୍ୟା ମାମଲାରେ ନୂଆ ଭାଇରାଲ୍ ଥିଓରି

ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଏକାଧିକ ଥିଓରି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ଏମିତି – ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜ, ସୁଶାନ୍ତଙ୍କୁ ହତ୍ୟା କରିଛନ୍ତି। ସୁରଜଙ୍କ ନାମରେ କେବଳ ସୁଶାନ୍ତ ହତ୍ୟା ଅଭିଯୋଗ ଆସିନାହିଁ, ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିୟନଙ୍କ ଆତ୍ମହତ୍ୟା ମାମଲାରେ ବି ସୁରଜଙ୍କ ନାମ ଯୋଡ଼ାଯାଉଛି। କୁହାଯାଉଛି ଯେ, ଦିଶା ଓ ସୁରଜ ରିଲେସନସିପରେ ଥିଲେ।

ଦିଶା, ସୁରଜଙ୍କ ସନ୍ତାନର ମା’ ହେବାକୁ ଯାଉଥିଲେ। ମାତ୍ର ସୁରଜ ଦିଶାଙ୍କୁ ବିବାହ କରିବାକୁ ଚାହୁଁନଥିଲେ। ସୁଶାନ୍ତ ଏହା ଜାଣିବା ପରେ ସୁରଜଙ୍କ ମୁଖା ଖୋଲିଦେବା ପାଇଁ ଚେଷ୍ଟା କଲେ। ଏହାକୁ ନେଇ ସୁରଜଙ୍କ ସହିତ ତାଙ୍କର ହାତାହାତି ହୋଇଥିଲା। ପ୍ରତିଶୋଧ ନେବାକୁ ଯାଇ ସୁରଜଙ୍କ ପରିବାର ସଲମାନ ଖାନ ଓ ଅଣ୍ଡରଓ୍ଵାର୍ଲ୍ଡ ଡନଙ୍କ ସହ ମିଶି ସୁଶାନ୍ତଙ୍କ ହତ୍ୟା କରାଇଛନ୍ତି। ପରେ କ୍ଷମତାର ଉପଯୋଗ କରି ତାହାକୁ ଆତ୍ମହତ୍ୟାର ରୂପ ଦେଉଛନ୍ତି।

ମାତ୍ର ଏସବୁ ଭିତ୍ତିହୀନ, ତୁଚ୍ଛା ଗାଲୁଗପ ବୋଲି କହିଛନ୍ତି ଆଦିତ୍ୟ। ତାଙ୍କ କହିବାନୁସାରେ, ବିନା କାରଣରେ ସୁରଜଙ୍କୁ ଜିୟା ଖାନ ମର୍ଡର କେସରେ ଯୋଡ଼ାଯାଉଛି। ଏବେ ପୁଣି ତାଙ୍କ ନାମରେ ଏଭଳି ଭିତ୍ତିହୀନ ଅଭିଯୋଗ କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ଅନ୍ୟପକ୍ଷରେ ସୁରଜ ମଧ୍ୟ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଦିଶା ସାଲିୟନ କିଏ ସେ ଜାଣିନାହାନ୍ତି କିମ୍ବା ସୁଶାନ୍ତଙ୍କ ସହିତ ତାଙ୍କର କୌଣସି ଦିନ ହାତାହାତି ହୋଇନଥିଲା ବୋଲି ସ୍ପଷ୍ଟ କରିଛନ୍ତି ସୁରଜ।