ସସ୍ମିତ ପାତ୍ରଙ୍କୁ ସଂଯୋଜକ , ୫ ଜାତୀୟ ମୁଖପାତ୍ର , ୧୪ ମୁଖପାତ୍ର ଓ ୧୦ ଜଣ ପାନେଲିଷ୍ଟଙ୍କୁ ନିଯୁକ୍ତି

ଭୁବନେଶ୍ୱର, ବିଜୁ ଜନତା ଦଳର ନୂଆ ମିଡିଆ ଟିମ୍ ଘୋଷଣା କରାଯାଇଛି । ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ଗଣମାଧ୍ୟମ ସଂଯୋଜକ ବା ମିଡିଆ କୋଅର୍ଡିନେଟର ଏବଂ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି । ଏହା ବ୍ୟତୀତ ୫ ଜଣ ଜାତୀୟ ମୁଖପାତ୍ର , ୧୪ ଜଣ ମୁଖପାତ୍ର ଓ ୧୦ ଜଣ ପାନେଲିଷ୍ଟଙ୍କୁ ନିଯୁକ୍ତି ଦେଇଛନ୍ତି ।
ସାଂସଦ ପିନାକୀ ମିଶ୍ର , ଅନୁଭବ ମହାନ୍ତି , ଅମର ପଟ୍ଟନାୟକ , ଡ. ସସ୍ମିତ ପାତ୍ର ଓ ସତ୍ୟନାରାୟଣ ସାହୁ ଙ୍କୁ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବିଧାୟକ ପ୍ରତାପ କେଶରୀ ଦେବ , ଦେବୀ ପ୍ରସାଦ ମିଶ୍ର , ସାଂସଦ ପ୍ରଶାନ୍ତ ନନ୍ଦ, ସାଂସଦ ରମେଶ ଚନ୍ଦ୍ର ମାଝୀ , ବିଧାୟକ ବ୍ୟୋମକେଶ ରାୟ , ସୁବାଷ ଚୌହ୍ୱାନ , ସୁବାଷ ସିଂହ, ଆକାଶ ଦାଶନାୟକ , ଅନୁଭବ ପଟ୍ଟନାୟକ , ଡ. ଲେନିନ ମହାନ୍ତି , ସୁଲତା ଦେଓ , ଲୋପାମୁଦ୍ରା ବକ୍ସିପାତ୍ର , ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର ଓ ଭରଦ୍ୱାଜ ମିଶ୍ରଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି ।

ସେହିପରି ମିହିର ମହାନ୍ତି ,ଡ. ସନ୍ତୋଷ ଲେଙ୍କା. ବିଶ୍ୱଜିତ ମହାନ୍ତି , ସଂଜୟ ବାବୁ, ଡ. ହରିଶ ଚୌଧୁରୀ, ତପନ ଦାସ, ଦୁର୍ଗା ସାମନ୍ତରାୟ, ପ୍ରିୟବ୍ରତ ମାଝୀ, ଚକ୍ରଧର ଦାଶ ଓ ଓମ୍ ପ୍ରକାଶ ସାହୁ ଙ୍କୁ ପାନେଲିଷ୍ଟ ଭାବେ ନିଯୁକ୍ତିି ମିଳିଛି ।