ଭାଇରାଲ ହେଲା ଶିକ୍ଷକଙ୍କ ଅଭିନବ ଢଙ୍ଗରେ ପାଠପଢ଼ା

ଓଡ଼ିଶାର କୋରାପୁଟ ଜିଲ୍ଲାର ଲମତପୁଟ ୟୁପି ସ୍କୁଲ୍ର ଜଣେ ଶିକ୍ଷକ ନୃତ୍ୟ କରି ପିଲାମାନଙ୍କୁ ପାଠପଢ଼ାଉ ଥିବା ଏକ ଭିଡିଓ ସୋଶିଆଲ ମିଡ଼ିଆରେ ପ୍ରସାରିତ ହୋଇଥିଲା । ତେବେ ଏହି ଭିଡିଓଟି ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା । ସେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ନିଯୁକ୍ତ ଥିବାବେଳେ ତାଙ୍କ ନାମ ପ୍ରଫୁଲ କୁମାର ପତି । ସେ ଏହି ଭିଡିଓରେ ପିଲାମାନଙ୍କୁ ଭଲ ଭାବରେ ପାଠକୁ ବୁଝାଇବା ପାଇଁ ଏକ ଅଭିନବ ଉପାୟରେ ନୃତ୍ୟ କରି ପଢ଼ାଉଥିଲେ । ଏବଂ ପିଲାମାନେ ମଧ୍ୟ ତାଙ୍କ ସହ ତାଳ ଦେଇ ପାଠ୍ୟ ପୁସ୍ତକକୁ ଗାଉଥିଲେ ।
ସେ ପୂର୍ବରୁ ସର୍ବଶିକ୍ଷା ଅଭିଯାନରେ କାର୍ଯ୍ୟରତ ଥିବାବେଳେ ୨୦୦୮ ମସିହାରୁ ସେ ପିଲାମାନଙ୍କୁ ଏହି ଭଳିଭାବେ ପାଠ ପଢ଼ାଇ ଆସୁଛନ୍ତି । ଏହି ପାଠପଢ଼ା ଶୈଳିଟି ଲୋକଙ୍କୁ ମଜାଦାର ହେବା ସହ ଏହା ପ୍ରଭାବଶଳୀ ମଧ୍ୟ ସେ କହିଥିଲେ । ଏହା ଦ୍ୱାରା ପିଲାମାନେ ସ୍କୁଲକୁ ଆସିବା ପାଇଁ ଇଚ୍ଛା କରିଥାନ୍ତି । ଏଥିସହ ପିଲାମାନେ ସ୍କୁଲରେ ପଢ଼ିବାବେଳେ ମାନସିକ ସହ ଶାରୀରିକ ସକ୍ରିୟ ରହିବା ନିହାତି ଆବଶ୍ୟକ ବୋଲି କହିଥିଲେ । ତେବେ ତାଙ୍କର ଏହି ଅଭିନବ ପଢ଼ା କୌଶଳୀକୁ ଅଭିଭାବକଙ୍କ ମହଲରେ ସ୍ୱାଗତ୍ କରାଯାଇଛି ।