ଭୁବନେଶ୍ୱର,ଏନ୍ଏନ୍ଏସ୍: ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ କରୋନା ସ୍ଥିତି ଅଣାୟତ୍ତ ହେବାପରେ ଏହାକୁ ନିୟନ୍ତ୍ରଣାଧୀନ କରିବା ପାଇଁ ନୂଆ ଉପାୟ ଆପଣାଯାଇଛି। ଏହି ଦୁଇଟି ସହରରେ କୋଭିଡ ନିୟମ ପାଳନ ହେଉନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଗିଦ କରିବା ପରେ ପୁଲିସ ପ୍ରଶାସନ ନୂଆ ପଦକ୍ଷେପ ନେଇଛି। ଏଥିସହିତ ନିୟମ ଖିଲାପକାରୀଙ୍କୁ ବାଟକୁ ଆଣିବା ପାଇଁ ପୁଲିସ ଡିଜିପି ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କୋଭିଡ ଏନଫରସମେଣ୍ଟ ଗଠନ କରାଯାଇଛି । କଟକ ଓ ଭୁବନେଶ୍ୱରରେ ୫୦ ପୁଲିସ ଅଧିକାରୀ ନିଯୁକ୍ତି ପାଇବା ସହ ୫ ପ୍ଲାଟୁନ ସଶସ୍ତ୍ର ପୁଲିସ ରହିବେ। କାମ କରିବା ସୁବିଧା ଦୃଷ୍ଟରୁ ଭୁବନେଶ୍ୱରକୁ ୩ଟି ଜୋନରେ ବିଭକ୍ତ କରାଯାଇଛି।