ଜେଟଲୀଙ୍କ ନାଁରେ ଷ୍ଟାଡିୟମ ଓ ବିରାଟଙ୍କ ନାଁରେ ପ୍ୟାଭିଲିୟନ

ନୂଆଦିଲ୍ଲୀ: ଗୁରୁବାର ଫିରୋଜ ଶାହା କୋଟଲା ଷ୍ଟାଡିୟମର ନାମ ପରିବର୍ତ୍ତନ ହୋଇ ପୂର୍ବତନ ଅର୍ତମନ୍ତ୍ରୀ ଅରୁଣ ଜେଟଲି ନାମରେ ନାମିତ ହୋଇଛି। ଏଥିସହ ଉକ୍ତ ଷ୍ଟାଡିୟମର ପ୍ୟାଭିଲିୟନର ନାମ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନାମରେ ନାମିତ ହୋଇଛି। ଏ ନେଇ ଜବାହାରଲାଲ ନେହରୁ ଷ୍ଟାଡିୟମ ଠାରେ ଆୟୋଜିତ ଗୃହ ମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଘୋଷଣା କରିଛନ୍ତି। ଏ ନେଇ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ(ଡିଡିସିଏ) ପକ୍ଷରୁ ଗତ ଅଗଷ୍ଟ ୨୭ରେ ଘୋଷଣା କରାଯାଇଥିଲା।