ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ପ୍ରତ୍ୟେକ ବର୍ଷ ବର୍ଷା ଅଭାବରୁ ଚାଷୀ ମରୁଡିର ଶିକାର ହେବା ସାଙ୍ଗକୁ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟ ବାହାରକୁ ଯାଉଛନ୍ତି। ଏହି ସମସ୍ୟାକୁ ଦୂର କରିବା ପାଇଁ ସଇଁନ୍ତଲା ବ୍ଲକର ଧରପଗଡ଼ ଓ କରେଳଧୁଆ ପୋଖରି କୂଳକୁ ଆସି ତଦାରଖ ଜଳସେଚନ ପ୍ରକଳ୍ପର ତଦାରଖ କଲେ ବିଭାଗୀୟ ଅଧିକାରୀ।
ଧରପଗଡ଼ ପଞ୍ଚାୟତ ସମେତ ଯାମଖୁଣ୍ଟା ଓ ପେଣ୍ଡରାମାଲର ୭୦ ହେକ୍ଟରରୁ ଅଧିକ ଚାଷଜମୀ, ସେହିପରି କେରମେଳି ପଞ୍ଚାୟତ ସ୍ଥିତ କରେଳଧୁଆ ଠାରେ ୧୦୦ ରୁ ଅଧିକ ହେକ୍ଟରକୁ ଏହି ପ୍ରକଳ୍ପ ହେବା ଦ୍ଵାରା ଜଳସେଚିତ ହେବ ବୋଲି ଜଣାପଡିଛି।ନୂତନ ଚେକଡ୍ୟାମ ମଧ୍ୟ ନିର୍ମାଣ ହେବା ଦ୍ଵାରା ଅନେକ ଚାଷ ଜମିରେ ପାଣି ମଧ୍ୟ ସଂଯୋଗ ହେବ ଓ ଅନେକ ଚାଷୀ ଉପକୃତ ହୋଇପାରିବେ।
ଏଥିରେ ଚିଫ୍ ଇଞ୍ଜିନିୟର ଚିନ୍ମୟ କୁମାର ରାଉତ, ଏସଇ ତଦର୍ପ ପଧାନ, ସୁନୀଲ କୁମାର ରାଉତ, ମନୋଜ କୁମାର ବାରିକ, ଶାନ୍ତିଲତା ହେମବ୍ରମ, କିରନ ବାଳା, ସସ୍ମିତା ମିଞ୍ଜ, ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବଦନ ପୁରୋହିତ ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।