‘ଦବଙ୍ଗ ୩’ର ନୂଆ ପ୍ରମୋ

ସଲମାନ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦବଙ୍ଗ ୩’ର ନୂଆ ପ୍ରମୋ ରିଲିଜ୍ ହୋଇଛି। ସଲମାନ ନିଜେ ସୋସିଆଲ୍ ମିଡିଆରେ ଏହା ସେୟାର କରିଛନ୍ତି। ଏହି ଫିଲ୍ମରେ ସଲମାନଙ୍କ ଭଏସ ଓଭର୍ ରହିଛି, ଯାହାକୁ ସେ କହୁଛନ୍ତି, ‘ଯେତେବେଳେ ଚୁଲ୍ବୁଲ୍ ପାଣ୍ଡେ ସହିତ ଯୋଡ଼ି ହୋଇଯାଇଛି ପୂରା ଭାରତର ଇମୋସନ୍ ତ ସଲମାନ ଖାନ୍ କାହିଁକି କରିବେ ଦବଙ୍ଗର ପ୍ରମୋସନ୍? ଏହାର ଅର୍ଥ ଏୟା ଯେ, ଫିଲ୍ମ ରିଲିଜ୍ ହେବା ପର୍ଯ୍ୟନ୍ତ ସଲମାନ ଚୁଲ୍ବୁଲ୍ ପାଣ୍ଡେ ଅବତାରରେ ହିଁ ରହିବେ। ଏହାର ଆରମ୍ଭ ସେ ନିଜର ଟ୍ୱିଟର୍ ପ୍ରୋଫାଇଲରୁ କରିଛନ୍ତି। ଏଥିରେ ସଲମାନ ନିଜର ନାଁ ପରିବର୍ତ୍ତନ କରି ଚୁଲବୁଲ୍ ପାଣ୍ଡେ ରଖିଛନ୍ତି। ‘ଦବଙ୍ଗ ୩’ର ନିର୍ଦ୍ଦେଶନା ଦେଉଛନ୍ତି ପ୍ରଭୁଦେବା। ସଲମାନଙ୍କ ବ୍ୟତୀତ ଏ ଫିଲ୍ମରେ ସୋନାକ୍ଷୀ ସିହ୍ନା, ଅରବାଜ ଖାନ୍ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବେ। ଅଭିନେତା ମହେଶ ମଞ୍ଜରେକରଙ୍କ ଝିଅ ସଇ ଏହି ଫିଲ୍ମ ଜରିଆରେ ଆକ୍ଟିଂ ଡେବ୍ୟୁ କରୁଛନ୍ତି। ଡିସେମ୍ବର ୨୦ରେ ସିନେମାଘରକୁ ଆସିବ ‘ଦବଙ୍ଗ ୩’।