ତୁରୁମୁଙ୍ଗାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନାରେ ନୂତନ ଥାନା ଅଧିକାରୀ ଭାବରେ ବୈଦ୍ୟନାଥ ସାହୁ ଯୋଗ ଦେଇଛନ୍ତି। ଶ୍ରୀ ସାହୁ ରାଉରକେଲା ଉଦିତ ନଗର କୋର୍ଟରେ କାର୍ଯ୍ୟ କରୁଥିଲେ। ଶ୍ରୀ ସାହୁ ସୋମବାର ତୁରୁମୁଙ୍ଗା ଥାନାରେ ଯୋଗ ଦେବା ପରେ ଥାନା ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। ଆଗାମୀ ଦିନରେ ତୁରୁମୁଙ୍ଗା ଅଞ୍ଚଳରେ ଆଇନ ଶୃଙ୍ଖଳା ଉପରେ ଗୁରୁତ୍ୱ ଦେବା ସହ ବେଆଇନ ଗୋ’ ଚାଲାଣ, କାଠ ଚୋରାଚାଲାଣ ଉପରେ ବିଶେଷ ଗୁରୁତ୍ୱ ଦେବେ ବୋଲି ଶ୍ରୀ ସାହୁ କହିଛନ୍ତି। ପୂର୍ବରୁ ବୀରେନ୍ଦ୍ର ଶିଆଳଙ୍କ ବଦଳି ପରେ ଏସଆଇ ସୁଶାନ୍ତମଣୀ ମହାନ୍ତି ଥାନା ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ।