ଆଇପିଏଲ-୨୦୨୦: ନୂତନ ଜର୍ସିର ଉନ୍ମୋଚନ କଲା ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ଆଇପିଏଲ ମ୍ୟାଚରେ ନୂତନ ଜର୍ସିରେ ଯୋଗଦେବ ରାଜସ୍ଥାନ ରୟାଲ୍ସ। ଏନେଇ ରାଜସ୍ଥାନ ରୟାଲ୍ସ ନିଜର ନୂତନ ଅଫିସିଆଲ ଜର୍ସିର ଉନ୍ମୋଚନ କରିଛି।

ୟୁନାଇଟେଡ ଆରବ ଏମିରେଟସର ବେଳାଭୂମିରେ ରାଜକୀୟ ଢ଼ଙ୍ଗରେ ଆଜି ଏହି ଜର୍ସିର ଉନ୍ମୋଚନ ହୋଇଛି। ଆକାଶ ମାର୍ଗରୁ ସ୍କାୟଡାଇଭର ପାରାଚ୍ୟୁଟ ସାହାର୍ଯ୍ୟରେ ଏହି ଜର୍ସି କିଟକୁ ନେଇ ତଳକୁ ଆସିଥିଲେ। ପରେ ଖେଳାଳିମାନେ ଏହାକୁ ପିନ୍ଧିଥିଲେ। ତେବେ ଆସନ୍ତା ୧୯ ତାରିଖରୁ ‘ଆଇପିଏଲ-୨୦୨୦’ ଆରମ୍ଭ ହେଉଥିବାବେଳେ ୨୨ ତାରିଖରେ ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ସହିତ ଖେଳିବ।