ଧୋନୀ ଓ ସାକ୍ଷୀଙ୍କ ନୂଆ ଇନିଂସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ତାଙ୍କ ପତ୍ନୀ ସାକ୍ଷୀ ଧୋନୀ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେମାନେ ଏକ ୱେବ ସିରିଜ ମାଧ୍ୟମରେ ଓଟିଟି ପ୍ଲାଟଫର୍ମରେ ପ୍ରବେଶ କରୁଛନ୍ତି।
ଏମଏସଡି ଓ ସାକ୍ଷୀ ତାଙ୍କ ବ୍ୟାନର ଧୋନୀ ଏଣ୍ଟରଟେନମେଣ୍ଟ ଜରିଆରେ ୨୦୧୯ରେ ‘ଦି ୱାର ଅଫ୍ ଲାୟନ’ ନାମକ ଡକ୍ୟୁମେଣ୍ଟ୍ରୀ ଲଞ୍ଚ କରିଥିଲେ। ଏବେ ସେମାନେ ଏମିତି ଏକ ୱେବ ସିରିଜ ନେଇକି ଆସୁଛନ୍ତି ଯାହାକି ନବୋଦିତ ଲେଖକଙ୍କ ଦ୍ୱାରା ଲିଖିତ ଏକ ଅପ୍ରକାଶିତ ବହିର ରୂପାନ୍ତରଣ।

ସାକ୍ଷୀ କହିଛନ୍ତି ଯେ, ‘ମୁଁ କ୍ରିଏଟିଭ ଆକ୍ସନରେ ଅଧିକ ଧ୍ୟାନକେନ୍ଦ୍ରିତ କରିଛି। ଯେତେବେଳେ ଆମେ ‘ଦି ୱାର ଅଫ୍ ଲାୟନ’ ବିକଶିତ କରୁଥିଲୁ, ସେତେବେଳେ ମନରେ ଆସିଲା କି ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିବାର ଏହା ହିଁ ଠିକ୍ ସମୟ ।’