ଅକ୍ସଫୋର୍ଡ ଡିକ୍ସନାରୀରେ ୫ ନୂତନ ଭାରତୀୟ ଶବ୍ଦ

ନୂଆଦିଲ୍ଲୀ,ଏଜେନ୍ସି : ଇତିମଧ୍ୟରେ ଅକ୍ସଫୋର୍ଡ ଡିକ୍ସନାରୀରେ ‘ଆଧାର, ଡବା, ହରତାଳ, ଶାଦୀ, ଚାଉଲ୍’ ଭାରତୀୟ ଶବ୍ଦ ସ୍ଥାନ ପାଇଛି। ନିକଟ ଅତୀତରେ ଆଣ୍ଟି, ବସଷ୍ଟାଣ୍ଡ୍, ଡିମଡ ୟୁନିଭର୍ସିଟି, ଏଫଆଇଆର୍, ନନ୍-ଭେଜ, ରିଡ୍ରେସାଲ୍, ଟେମ୍ପୋ, ଟ୍ୟୁବ୍ ଲାଇଟ୍ ଓ ଭେଜ୍ ଭଳି ଶବ୍ଦ ଡିକ୍ସନାରୀରେ ସ୍ଥାନ ପାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଶୁକ୍ରବାର ଅକ୍ସଫୋର୍ଡ ଡିକ୍ସନାରୀର ସଦ୍ୟ ସଂସ୍କରଣ ଲୋକାର୍ପିତ ହୋଇଯାଇଛି। ଏହି ସଂସ୍କରଣରେ ୨୬ଟି ନୂଆ ଭାରତୀୟ ଇଂରାଜୀ ଶବ୍ଦ ସ୍ଥାନ ପାଇଛି। ଅଦ୍ୟାବଧି ଉକ୍ତ ଡିକ୍ସନାରୀରେ ୩୮୪ଟି ଭାରତୀୟ ଇଂରାଜୀ ଶବ୍ଦ ସ୍ଥାନ ପାଇଲାଣି। ଭାରତ ସମେତ ଅନ୍ୟାନ୍ୟ ଦେଶର ଇଂରାଜୀ ଶବ୍ଦକୁ ବିଚାରକୁ ନେଲେ, ପ୍ରାୟ ୧୦୦୦ରୁ ଅଧିକ ଶବ୍ଦ ନୂତନ ସଂସ୍କରଣରେ ସ୍ଥାନ ପାଇଛି।