ଝାରସୁଗୁଡ଼ାରେ ନୂତନ ଆୟକର ଭବନ ଉଦଘାଟିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେହେରାମାଲରେ ଆୟକର ବିଭାଗର ନୂତନ ଆୟକର ଭବନ ଉଦ୍ଘାଟିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ସମ୍ବଲପୁର ଆୟକର ବିଭାଗର ମୁଖ୍ୟ କମିଶନର ଆଇଆରଏସ ବିଜୟାନନ୍ଦ ପ୍ରୁସେଟ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହିଥିଲେ। ଏହି ନୂତନ ଆୟକର ଭବନର ନିର୍ମାଣ ପରେ ଝାରସୁଗୁଡ଼ାରେ ଆୟକର ସଂଗ୍ରହ ଶୀଘ୍ର୍ର ଏବଂ ସଠିକ ଭାବେ ହୋଇପାରିବ ବୋଲି ଶ୍ରୀ ପ୍ରୁସେଟ ପ୍ରକାଶ କରିଛନ୍ତି।

ଶ୍ରୀ ପ୍ରୁସେଟ ଗଣମାଧ୍ୟମକୁ କହିଛନ୍ତି ଯେ, ଝାରସୁଗୁଡ଼ା ଜିଲ୍ଲାରେ ଏକ ଭଡ଼ା ଘରେ ୧୯୬୯ ମସିହାରୁ ଆୟକର ବିଭାଗ କାର୍ଯ୍ୟକ୍ଷମ ହୋଇଥିଲା। ବର୍ତ୍ତମାନ ସମୟରେ ଝାରସୁଗୁଡ଼ା ଜିଲ୍ଲାରେ ୩୬ ହଜାର କରଦାତା ଥିବାବେଳେ ଆର୍ଥିକ ବର୍ଷ ୨୦୨୦-୨୧ରେ ୧୪କୋଟି ୯୧ ଲକ୍ଷ ଟଙ୍କା କର ସଂଗ୍ରହ ହୋଇଥିଲା। ଚଳିତ ବର୍ଷ ପାଇଁ ମଧ୍ୟ ୧୫ କୋଟି ଆୟକର ସଂଗ୍ରହର ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୭କୋଟି ୧୪ ଲକ୍ଷ ଟଙ୍କା ସଂଗ୍ରହ ହୋଇଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ଜଏଣ୍ଟ କମିଶନର ଇନକମ ଟେକ୍ସ କପିଲ ମଣ୍ଡଲ, ସୁନିଲ କୁମାର ପରିଡ଼ା, ଇନ୍କମ୍ ଟ୍ୟାକ୍ସ ଅଫିସର ସୁଭଦୀପ ସାହୁ ପ୍ରମୁଖଙ୍କ ସହ ଝାରସୁଗୁଡ଼ା ଆୟକର ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।