କୋଷାଗୁମୁଡ଼ା ଥାନାର ନୂତନ ଆଇଆଇସିଙ୍କ ଯୋଗଦାନ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନାର ନୂତନ ଆଇଆଇସି ଭାବେ ପରମାନନ୍ଦ ସୁନାନୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହାପୂର୍ବରୁ ଶ୍ରୀ ସୁନାନୀ କରୋନା ସମୟରେ ଦୀର୍ଘ ୨ ବର୍ଷ ଚନ୍ଦାହାଣ୍ଡି ଥାନାରେ କାର୍ଯ୍ୟରତ ଥିଲେ । ପଡ଼ୋଶୀ ରାଜ୍ୟ ଛତିଶଗଡ଼ ସୀମାନ୍ତ ହୋଇଥିବାବେଳେ କରୋନା ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସଫଳତାର ସହ ନିୟନ୍ତ୍ରଣ କରି ସମସ୍ତଙ୍କର ପ୍ରୀୟଭାଜନ ହୋଇ ପାରିଥିଲେ । କୋଷାଗୁମୁଡ଼ା ଥାନା ପକ୍ଷରୁ ଏସଆଇ ଶଶୀଭୂଷଣ ମଙ୍ଗରାଜଙ୍କ ସମେତ କର୍ମଚାରୀମାନେ ଥାନାଧିକାରୀ ଶ୍ରୀ ସୁନାନୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ୱର୍ଦ୍ଧନା କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବା ସହ ତଳସ୍ତରର ଲୋକେ କିପରି ତ୍ୱରିତ ନ୍ୟାୟ ପାଇପାରିବେ ସେ ଦିଗରେ ପ୍ରାଥମିକତା ଦେବେ ବୋଲି ଶ୍ରୀ ସୁନାନୀ ପ୍ରକାଶ କରିଛନ୍ତି ।