ରାଜଧାନୀରେ କଟକଣା କୋହଳ କଲା ବିଏମସି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀର କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ କିଛି କଟକଣା କୋହଳ କରାଯାଇଛି। ଏହାଦ୍ୱାରା ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ ୨୫୦ ଲୋକ ଯୋଗ ଦେଇପାରିବେ। ପୂର୍ବରୁ ୫୦ରୁ ଅଧିକ ଏକାଠି ନ ହେବାକୁ କଟକଣା ଜାରି କରାଯାଇଥିଲା। ଏହି ନିୟମ ଆସନ୍ତାକାଲିଠାରୁ ଲାଗୁ ହେବ ବୋଲି ଜଣାପଡ଼ିଛି। ଏନେଇ ବିଏମସି ପକ୍ଷରୁ ସୂଚନା ଜାରି କରାଯାଇଛି।