୧୫ରୁ ଗଡିବ ଭୁବନେଶ୍ୱର-ନୟାଗଡ ଏକ୍ସପ୍ରେସ୍ ଟ୍ରେନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବତଟ ରେଳପଥ ଭୁବନେଶ୍ୱରରୁ ନୟାଗଡ ନୂଆ ସୁବିଧା ଯୋଗାଇ ଦେବାଲାଗି ଅକ୍ଟୋବର ୧୫ରୁ ଦୈନିକ ଗଡିବ ଏକ୍ସପ୍ରେସ ଟ୍ରେନ ।

ପୂର୍ବତଟ ରେଳପଥ ବିଜ୍ଞପ୍ତି ଅନୁସାରେ ୧୮୪୨୩ ସେବା ସଭିସ ଭୁବନେଶ୍ୱର-ନୟାଗଡ ଟାଉନ ଏକ୍ସପ୍ରେସ୍ ଭୁବନେଶ୍ୱରରୁ ସକାଳ ୬.୪୦ରେ ଛାଡିବ ଓ ସକାଳ ୯ଟାରେ ନୟାଗଡ ସହର ଷ୍ଟେସନରେ ପହଞ୍ଚିବ । ପୁଣି ୧୮୪୨୪ ନୟାଗଡ-ଭୁବନେଶ୍ୱର ଟ୍ରେନ୍ ସନ୍ଧ୍ୟା ୬.୩୦ରେ ଛାଡିବ ଓ ରାତି ୮.୪୫ରେ ଭୁବନେଶ୍ୱରରେ ପହଞ୍ଚିବ।

ଉକ୍ତ ଏକ୍ସପ୍ରେସର ଖୋର୍ଦ୍ଧା ରୋଡ୍, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖେଳା ଓ ବୋଲଗଡ ରୋଡ୍ ଠାରେ ଷ୍ଟପେଜ୍ ରହିଥିବା ସୂଚନା ମିଳିଛି।