ହସ୍ପିଟାଲ ପାଇଁ ନୂଆ କୋଭିଡ ଗାଇଡଲାଇନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ହସ୍ପିଟାଲ ପାଇଁ ରାଜ୍ୟ ସରକାର କୋଭିଡ ଗାଇଡଲାଇନ ଜାରି କରିଛନ୍ତି। ଏନେଇ ସବୁ ମେଡିକାଲ କଲେଜ ଓ ସିଡିଏମଓଙ୍କୁ ଡିଏମଇଟି ଚିଠି ଲେଖିଛନ୍ତି। ଗାଇଡଲାଇନ ଅନୁସାରେ, ଓପିଡି ସେଣ୍ଟ୍ରାଲ ରେଜିଷ୍ଟ୍ରେସନ ବନ୍ଦ ରହିବ। ସେଥିପାଇଁ ଭିଡ଼ ଏଡ଼ାଇବା ଲାଗି ମାନୁଆଲ ରେଜିଷ୍ଟ୍ରେସନ ରହିବ। ଆବଶ୍ୟକ ନଥିଲେ ଆଡମିଶନ କରିବାକୁ ବାରଣ କରାଯାଇଛି। ଗୁରୁତର ରୋଗୀଙ୍କ ପିଛା ଜଣେ ଆଟେଣ୍ଡାଣ୍ଟଙ୍କୁ ଅନୁମତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀ ନଥିଲେ ସର୍ଜରୀ ନକରିବା ପାଇଁ କୁହାଯାଇଛି। ଏଥିସହିତ ଓପିଡି ଭିତରକୁ ଗଣମାଧ୍ୟମକୁ ମନା କରାଯାଇଥିବା ଜଣାପଡ଼ିଛି।