କୋରାପୁଟରେ ନୂତନ କୋର୍ଟ ଉଦଘାଟିତ

କୋରାପୁଟ,ଏନ୍ଏନ୍ଏସ୍: ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ କେ ଆର୍ ମହାପାତ୍ରଙ୍କ ଦ୍ୱାରା କୋର୍ଟ ଅଫ୍ ସିଭିଲ୍ ଜଜ୍ (ଜୁନିଅର୍ ଡିଭିଜନ)-କମ୍-ଜୁଡୁସିଆଲ୍ ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀ ଲମତାପୁଟ ଉଦଘାଟିତ ହୋଇଛି। କୋରାପୁଟରେ ଆୟୋଜିତ ଏକ ସମାରୋହରେ ଜିଲ୍ଲା ପରିଷଦ ସଭାପତି ତୁଳସୀ କିର୍ଷାନୀ, ଅତିରିକ୍ତ ଜିଲ୍ଲାପାଳ ଦେବେନ୍ କୁମାର ପ୍ରଧାନ, ଏସପି ବରୁଣ ଗୁଣ୍ଟୁପାଲ୍ଲୀ, କୋରାପୁଟ ଓକିଲ ସଂଘ ସଭାପତି ଅଜିତ୍ ପାତ୍ର, ସମ୍ପାଦକ ମନୋରଞ୍ଜନ ସାମନ୍ତରାୟଙ୍କ ଉପସ୍ଥିତିରେ ଜଷ୍ଟିସ୍ ମହାପାତ୍ର ଲମତାପୁଟ କୋର୍ଟ ଲୋକାର୍ପିତ କରିଥିଲେ। ମାଓ ଅଧୁଷିତ ଲମତାପୁଟରେ କୋର୍ଟ ପ୍ରତିଷ୍ଠା ହେବା ଦ୍ୱାରା ସେହି ଅଞ୍ଚଳର ଲୋକେ ଉପକୃତ ହେବେ ବୋଲି ମୁଖ୍ୟଅତିଥି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ବିମଳ କୁମାର ଚାନ୍ଦ, କୋରାପୁଟ ଏଡିଜେ ଅଜୟକୁମାର ପ୍ରଧାନ, ସବଜଜ୍ ହୃଷିକେଶ ସାହୁ,ଏସଡିଜେଏମ୍ ସୁନନ୍ଦା ପ୍ରଧାନ, ଜେଏମଏଫସି ନିଶା ସାମଲ, ବରିଷ୍ଠ ଆଇନଜୀବୀ ଟି.ନାରାୟଣ ମୂର୍ତ୍ତୀ ଓ ପ୍ରଶାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।