ଦେଶରେ ୨୪ ଘଣ୍ଟାରେ ୧୩,୧୯୩ ନୂଆ କରୋନା ମାମଲା ଚିହ୍ନଟ, ୯୭ ମୃତ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ବିରୋଧରେ ଭାରତ ଲଢ଼େଇ ଜାରି ରଖିଛି। ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇସାରିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରୁ ୧୩,୧୯୩ଟି ନୂଆ କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛି। ଏଥିସହିତ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୯ ଲକ୍ଷ ୬୩ ହଜାର ୩୯୪ରେ ପହଞ୍ଚିଛି। ଅନ୍ୟପଟେ କରୋନାରେ ଆଉ ୯୭ ଜଣଙ୍କ ମୃତ୍ୟୁ ହୋଇ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୧୧୧ରେ ପହଞ୍ଚିଛି।

ବର୍ତ୍ତମାନ ଦେଶରେ ୧ ଲକ୍ଷ ୩୯ ହଜାର ୫୪୨ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୬୭ ହଜାର ୭୪୧ରେ ପହଞ୍ଚିଛି। ସେହିପରି ଦେଶରେ ୧୬ ଜାନୁଆରୀରୁ ଆରମ୍ଭ ହୋଇଥିବା ଟିକାକରଣ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୧ ଲକ୍ଷ ୮୮ ହଜାର ୭ ଜଣ କରୋନା ଟିକା ଗ୍ରହଣ କରିସାରିଛନ୍ତି।