୭ ନୂଆ ଜାଗାରେ ଓଜେଇଇ

  • ଭୁବନେଶ୍ୱର: ଓଜେଇଇ ପାଇଁ ରାଜ୍ୟରେ ୭ ଓ ରାଜ୍ୟ ବାହାରେ ୩ଟି ନୂଆ କେନ୍ଦ୍ର କରାଯାଇଛି। ଭବାନୀପାଟଣା, ବୌଦ୍ଧ, ଦେବଗଡ଼, କେନ୍ଦ୍ରାପଡ଼ା ଓ ମାଲକାନାଗିରିରେ ପରୀକ୍ଷା କେନ୍ଦ୍ର କରାଯାଇଛି। ସେହିପରି ନବରଙ୍ଗପୁର, ନୂଆପଡ଼ା, ପୁରୀ ଓ ସୁବର୍ଣ୍ଣପୁରରେ ମଧ୍ୟରେ କେନ୍ଦ୍ର କରାଯାଇଛି। ରାଜ୍ୟ ବାହାରେ ପାଟନା, ରାଞ୍ଚି ଓ କୋଲକାତାରେ ପରୀକ୍ଷା କେନ୍ଦ୍ର ହେବ। କରୋନା କାଳରେ ପିଲାଙ୍କ ସୁବିଧା ପାଇଁ ନୂଆ ଅନଲାଇନ୍ ପରୀକ୍ଷା କେନ୍ଦ୍ର କରାଯାଇଛି। ସେହିପରି ଓଜେଇଇ ଆବେଦନ ଅବଧିକୁ ମଧ୍ୟ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।