ଦେଶରେ ନୂଆ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା କମିଛି

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ସବୁଠୁ ଦ୍ରୁତ ଗତିରେ ବ୍ୟାପୁଥିଲେ ମଧ୍ୟ ଏବେ ଏହା ଆଉ ପୂର୍ବପରି ଘାତକ ହୋଇ ରହିନାହିଁ। କାରଣ ନୂଆ ସଂକ୍ରମଣ ଅପେକ୍ଷା ଏବେ ସୁସ୍ଥହାର ଅଧିକ ରହିଛି। ଗତ ୨୪ ଘଣ୍ଟାରେ ୭୦ ହଜାର ୫୮୯ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୭୭୬ ଜଣଙ୍କ ମୃତ୍ୟୁ ଘଟିଛି। ଏହାପୂର୍ବରୁ ଗତ ୨୬ ଦିନରୁ ଲଗାତାର ଭାବେ ପ୍ରତ୍ୟେକ ଦିନ ହଜାରେରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଛି। ଅନ୍ୟପଟେ ଦିନକରେ ୮୪ ହଜାର ୮୭୭ ଜଣ ଆରୋଗ୍ୟ ଲାଭ କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ଲକ୍ଷ ୪୫ ହଜାରକୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫୧ଲକ୍ଷ ୧ ହଜାର ଲୋକ ସୁସ୍ଥ ହୋଇଛନ୍ତି ଓ ୯୬ ହଜାର ୩୧୮ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୯ଲକ୍ଷ ୪୭ ହଜାର ଚିକିତ୍ସିତ ହେଉଛନ୍ତି। ସକ୍ରିୟ ସଂକ୍ରମିତଙ୍କ ତୁଳନାରେ ସୁସ୍ଥହାର ୫ ଗୁଣା ଅଧିକ ରହିଛି।