ସତ୍‌ସଙ୍ଗ ବିହାରରେ ହେଲା ବସ୍‌ ବେ’

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ନୂତନ ଟ୍ରାଫିକ୍‌ ନିୟମ ଲାଗୁ ହୋଇଥିବାବେଳେଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍‌ ପୁଲିସ ପକ୍ଷରୁ ଏନ ନୂଆ ପଦକ୍ଷେପ ନିଆଯାଇଛି। ଏଣିକି ଆଚାର୍ଯ୍ୟ ବିହାର, ବାଣୀବିହାର ଓ ଜୟଦେବ ବିହାର ଛକରେ ବସ୍‌ ନରହି ସତ୍‌ସଙ୍ଗ ବିହାର ସମ୍ମୁଖରେ ଏକ ନୂଆ ବସ୍‌ ଷ୍ଟପ୍‌ରେ ରହିବ। ଯାତ୍ରୀମାନେ ଯେଉଁଭଳିବସ୍‌ ଧରିବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।

ସେହିପରି ଯେଉଁ ଗାଡ଼ିଗୁଡ଼ିକ ବରମୁଣ୍ଡା ବସ୍‌ ଷ୍ଟାଣ୍ଡରୁ ବାହାରି କଟକ ଅଭିମୁଖେ ଯାଉଛି ସେଗୁଡ଼ିକ ଏବେ କ୍ରାଉନ ହୋଟେଲ ବସ୍‌ ଷ୍ଟପ୍‌ରୁଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ୍‌ ଦେଇ ସତ୍‌ସଙ୍ଗ ବିହାର ଯିବ। ଫଳରେ ବାଣୀବିହାର ଓ ଆଚାର୍ଯ୍ୟ ବିହାର, ଜୟଦେବ ବିହାର  ଛକରେ ଟ୍ରାଫିକ ସମସ୍ୟା କମିବା ନେଇ ଟ୍ରାଫିକ୍‌ ପୁଲିସ୍‌ ଆଶା ରଖିଛି। ଏଥିସହ ଜାତୀୟ ରାଜପଥର କିଛି ଅଂଶକୁ ବସ୍‌ ବେ’ କରାଯାଇଛି।