ଜନ୍ମ ହେବାର ୧୨ ଘଣ୍ଟା ମଧ୍ୟରେ ନବଜାତମାନେ କରୋନା ଚିହ୍ନଟ

 ବ୍ରିଟେନ  : ବ୍ରିଟେନରେ କରୋନା ସଂକ୍ରମିତ ୬ ଜଣ ଗର୍ଭବତୀ ଶିଶୁମାନଙ୍କୁ ଜନ୍ମ ଦେଇଛନ୍ତି। ଜନ୍ମ ହେବାର ମାତ୍ର ୧୨ ଘଣ୍ଟା ମଧ୍ୟରେ ସବୁ ଶିଶୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ତେବେ ଶିଶୁମାନେ ମା’ଗର୍ଭରେ କିମ୍ବା ଜନ୍ମ ପରେ ସଂକ୍ରମିତ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯାହା ଡାକ୍ତରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଚ ସୃଷ୍ଟି କରିଛି। ଏହା ବୋଧହୁଏ ଦୁନିଆର ପ୍ରଥମ ଘଟଣା ଯେଉଁଠାରେ ଜନ୍ମର ମାତ୍ର ୧୨ ଘଣ୍ଟା ମଧ୍ୟରେ ଶିଶୁମାନଙ୍କଠାରେ କରୋନା ଭାଇରସ ଚିହ୍ନଟ ହୋଇଛି।

ଅକ୍ସଫୋର୍ଡ ୟୁନିଭର୍ସିଟିର ପ୍ରମୁଖ ଗବେଷକ ପ୍ରଫେସର ମାରିଆନ୍ ନାଇଟ୍ କହିଛନ୍ତି ଯେ, ସମସ୍ତ ଶିଶୁ ଜନ୍ମ ହେବା ପରେ ସଂକ୍ରମିତ ହୋଇଛନ୍ତି। କିନ୍ତୁ ଏହା ସାବ୍ୟସ୍ତ କରିବା ସମ୍ଭବ ନୁହେଁ। ସେ କହିଛନ୍ତି ଯେ, ଶିଶୁମାନେ କରୋନା ସଂକ୍ରମିତ କିପରି ହେଲେ ତାହା ଜାଣିବା ପାଇଁ ଚେଷ୍ଟା ଜାରି ରହିଛି। କାରଣ ସ୍ୱାସ୍ଥ୍ୟ କର୍ମୀମାନେ ପ୍ରସବ ସମୟରେ ସମସ୍ତ ଆବଶ୍ୟକୀୟ ନିୟମ ପାଳନ କରିଥିଲେ। ସବୁଠାରୁ ଭଲ କଥା ହେଉଛି ଶିଶୁମାନେ ସ୍ତନ୍ୟପାନରୁ ସଂକ୍ରମଣ ପାଇନାହାନ୍ତି। ସେହିପରି ଶିଶୁମାନଙ୍କୁ ସ୍ତନ୍ୟ ପାନରୁ ବଞ୍ଚିତ କରାଯାଇ ପାରିବ ନାହିଁ।