ଝାରସୁଗୁଡ଼ାରେ ନୂତନ ବିଇଓଙ୍କ ଯୋଗଦାନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବ୍ଲକର ନୂତନ ଶିକ୍ଷା ଅଧିକାରୀ ଭାବରେ ଆଜି ସୁଶାନ୍ତ ଘୁଟା ଯୋଗଦାନ କରିଛନ୍ତି। ଝାରସୁଗୁଡା ବ୍ଲକ ଶିକ୍ଷକ ସଂଙ୍ଘ ପକ୍ଷରୁ ଏକ ସଭା ଆୟୋଜନ କରାଯାଇ ଶ୍ରୀ ଘୁଟାଙ୍କୁ ସମ୍ମାନିତ କରାଯାଇଛି। ଝାରସୁଗୁଡ଼ାରେ ଶିକ୍ଷାର ବିକାଶ ଓ ମାନ ବୃଦ୍ଧି କିପରି ହେବ ଏବଂ ବ୍ଲକ ଶିକ୍ଷକ ସଙ୍ଘର ବିଭିନ୍ନ ସମସ୍ୟା ଉପରେ ସଙ୍ଘ ସଭାପତି ଅଶୋକ ମହାପାତ୍ର ନୂତନ ବିଇଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ବ୍ରଜରାଜନଗର ସର୍କଲର ସଭାପତି ଚନ୍ଦୁରାମ ଭୋଇ, ସମ୍ପାଦକ ସୁମନ୍ତ ପଟେଲ, ଦୀପକ ଚନ୍ଦ୍ର ପଣ୍ଡା, ହେମସାଗର ଚୌଧୁରୀ, ରାଜ କେଶର ଜୋନା, ଜ୍ୟୋର୍ତିମୟୀ ବେହାରା, ସୁରେଶ ମେହେର ପ୍ରମୁଖଙ୍କସହ ଝାରସୁଗୁଡା ବ୍ଲକର ଶିକ୍ଷକମାନେ ଉପସ୍ଥିତ ଥିଲେ।