କଳିଙ୍ଗ ଷ୍ଟାଡ଼ିୟମରେ ନିର୍ମାଣ ହେବ ନୂତନ ବ୍ୟାଡ୍‌ମିଣ୍ଟନ୍‌ ଏକାଡେମୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: କଳିଙ୍ଗ ଷ୍ଟାଡ଼ିୟମରେ ଏକ ନୂତନ ବ୍ୟାଡ୍‌ମିଣ୍ଟନ୍‌ ଏକାଡେମୀ ନିର୍ମାଣ କରିବା ପାଇଁ ଡାଲମିଆ ଭାରତ ଗ୍ରୁପ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଛି। ତେବେ ଏହି ପ୍ରସ୍ତାବରେ ପ୍ରଥମ ପର୍ଯ୍ୟାୟରେ ୧୦ଟି କୋଟ ପ୍ରସ୍ତୁତ କରାଯିବ। ଯେଉଁଥିରେ ଖେଳାଳିମାନଙ୍କୁ କୋଚିଂ ଦିଆଯିବା ସହ ଖେଳର ବିଭିନ୍ନ ଟେକ୍ନିକ ସମ୍ବନ୍ଧରେ ତାଲିମ ଦିଆଯାଇପାରିବ। ଏବଂ ଏହି ଏକାଡେମୀ ପାଇଁ ୩୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଶୁକ୍ରବାର ଏ ନେଇ ଡାଲମିଆ ଭାରତ ପକ୍ଷରୁ ଏକ ପ୍ରସ୍ତାବ ଉପସ୍ଥାପନା କରାଯାଇଛି।