ପ୍ରତାପ , ପ୍ରଣବ ଓ ସଂଜୟଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁୁବନେଶ୍ୱର,ଏନ୍ଏନ୍ଏସ୍ : ବିଜେଡି ର ୩ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ଓ ପ୍ରତାପ କେଶରୀ ଦେବଙ୍କୁ ଦଳ ପକ୍ଷରୁ ନୂଆ ଦାୟିତ୍ୱ ଦିଆଯାଇଛି । ପ୍ରଣବ ପ୍ରକାଶ ଦାସଙ୍କୁ ସାଧାରଣ ସଂପାଦକ ସଂଗଠନର ଦାୟିତ୍ୱ ମିଳିଛି । ସେହିପରି ସଞ୍ଜୟ ଦାସବର୍ମାଙ୍କୁ ମୁଖ୍ୟାଳୟର ସାଧାରଣ ସଂପାଦକ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରତାପ କେଶରୀ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ୱ ମିଳିଛି ।

ଏହି ଘୋଷଣା ଦ୍ୱାରା ପ୍ରଥମ ଥର ପାଇଁ ବିଜେଡିରେ ସଂଗଠନ ସଂପାଦକ ଓ ସାଧାରଣ ସଂପାଦକ ମୁଖ୍ୟାଳୟ ପଦବୀ ସୃଷ୍ଟି ହୋଇଛି । ଅନ୍ୟ ରାଜନୈତିକ ଦଳ ମାନଙ୍କ ମଧ୍ୟରେ କେବଳ ଭାରତୀୟ ଜନତା ପାର୍ଟିରେ ସଂଗଠନ ସମ୍ପାଦକ ପଦବୀ ରହିଛି ।