ବିଜେଡିରେ ନୂଆ ନିଯୁକ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜୁ ଜନତା ଦଳରେ ନୂଆ ନିଯୁକ୍ତି। ବିଭିନ୍ନ ସାଂଗଠନିକ ପଦ ପାଇଁ ଦଳରେ ନିଯୁକ୍ତି ଦିଆଯାଇଛି। ୩ଜଣଙ୍କୁ ସାଧାରଣ ସମ୍ପାଦକ, ୪ଜଣଙ୍କୁ ସାଧାରଣ ସମ୍ପାଦକ ଓ ୭ ଜଣଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି। ମହେଶ ସାହୁ ( ଢେଙ୍କାନାଳ), ପ୍ରଦୀପ ମାଝୀ (ନବରଙ୍ଗପୁର) ପ୍ରଫୁଲ୍ଲ ମାଝୀ (ସୁନ୍ଦରଗଡ଼)ଙ୍କୁ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି।

ସେହିଭଳି ସାଧାରଣ ସମ୍ପାଦକ ଭାବେ ଅରିନ୍ଦମ ରୟ(କଟକ) , ଧନୁର୍ଜୟ ସିଦ୍ଧୁ (କେନ୍ଦୁଝର), ଚନ୍ଦ୍ର ଶେଖର ମାଝି (କୋରାପୁଟ) ଓ କୌଳାଶ ଚନ୍ଦ୍ର କୁଳେଶିକାଙ୍କୁ (କୋରାପୁଟ) ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ସେହିଭଳି ଭାବେ ସମ୍ପାଦକ ଭାବେ ବିଶ୍ୱରଞ୍ଜନ ମଲ୍ଲିକ (ଯାଜପୁର), ରମେଶ ଚନ୍ଦ୍ର ପରିଡ଼ା, (ଯାଜପୁର), ପ୍ରଦୀପ ସାହୁ ଖୋର୍ଦ୍ଧା, ଦିଲ୍ଲୀପ କୁମାର ସାହୁ ମୟୂରଭଞ୍ଜ, ମହେଶ ହେମ୍ୱ୍ରମ୍ ମୟୂରଭଞ୍ଜ, ପ୍ରିୟବ୍ରତ ସାମନ୍ତରାୟ ପୁରୀଙ୍କୁ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଯୁକ୍ତି ଦିଆଯାଇଥିବା ବେଳେ, ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ମାନସ ମଙ୍ଗରାଜ( ସାଧାରଣ ସମ୍ପାଦକ,ଗଣମାଧ୍ୟମ ବ୍ୟାପାର) ଅବଗତ କରାଇଛନ୍ତି।