ରାୟଗଡା,ଏନ୍ଏନ୍ଏସ୍ : ରାୟଗଡା ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଶରତ ଚନ୍ଦ୍ର ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏଥି ପୂର୍ବରୁ ଶ୍ରୀ ପଣ୍ଡା ସୂବର୍ଣ୍ଣପୁର ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଭାବରେ ୨୦୧୮ ମସିହା ଠାରୁ ୨୦୨୦ ଯାଏଁ କାର୍ଯ୍ୟରତ ଥିଲେ । ଏଥି ସହ ଅତିରିକ୍ତ ଦାୟିତ୍ୱ ପିଡି, ଡିଆରଡିଏ ଭାବେ ମଧ୍ୟ ନିଜ ଦାୟିତ୍ୱକୁ ସୂଚାରୁରୂପେ ସଂପାଦନ କରିଥିଲୋ। ୨୦୧୭ ଠାରୁ ୨୦୧୮ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ପିଡି, ଡିଆରଡିଏ ଭାବେ କାର୍ଯ୍ୟ ତୁଲାଇଥିଲେ। ତା’ ପୂର୍ବରୁ ୨୦୧୫ ଠାରୁ ୨୦୧୭ ଯାଏଁ ପାଟଣାଗଡ ଉପ-ଜିଲ୍ଲାପାଳ ଭାବେ ନିଜ ଦାୟିତ୍ୱକୁ ସୂଚାରୁରୂପେ ସଂପାଦନ କରିଥିଲେ। ରାୟଗଡା ଜିଲ୍ଲାରେ ୨୨ ଅକ୍ଟୋବର ୨୦୧୯ ଠୁରା ଅତିରିକ୍ତ ଜିଲ୍ଲାପାଳ ପଦବୀ ଖାଲି ପଡିଥିଲା। ଶ୍ରୀପଣ୍ଡା ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବରେ ଯୋଗଦାନ ଫଳରେ ଏହି ପଦବୀ ପୂରଣ ହୋଇଛି । ଜିଲ୍ଲାର ବିକାଶକୁ ପ୍ରାଥମିକତା ଦେବି ବୋଲି ଶ୍ରୀପଣ୍ଡା ସୂଚନା ଦେଇଥିବା ଜଣାପଡିଛି ।