ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଜର ୱେବସାଇଟ ଜାରିଆରେ ଏହି ସୂଚନା ଦିଆଯାଇଛି। ନୂତନ ଭାବେ ଚିହ୍ନଟ ହୋଇଥିବା କରୋନା ସଂକ୍ରମଣ ବ୍ୟକ୍ତିମାନଙ୍କ ମଧ୍ୟରେ ୫ ଜଣ ଭଦ୍ରକ ଅଞ୍ଚଳର ଓ ୨ ଜଣ ବାଲେଶ୍ୱର ଅଞ୍ଚଳର ବୋଲି ସୂଚନା ଏବଂ ଜନସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି ହୋଇନାହିିଁ। ଏଥି ସହିତ ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୬୮ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ଏପ୍ରିଲ ୧୯ ତାରିଖ ଯାଏଁ ରାଜ୍ୟରେ ୧୦ ହଜାର ୬୪୧ଟି ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୧୦ ହଜାର ୫୭୩ଟି ନମୁନା ନେଗେଟିଭ ହୋଇଥିବା ବେଳେ ୬୮ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ଏପର୍ୟ୍ୟନ୍ତ ୨୪ ଜଣ ରୋଗୀ ଭଲ ହୋଇ ଘରକୁ ଫେରିଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ୬୧ ଜଣ କରୋନା ରୋଗୀ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, କଳାହାଣ୍ଡି, ସୁନ୍ଦରଗଡ଼, ଢେଙ୍କାନାଳ ଓ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ। ଗତ ରାତିରେ ଚିହ୍ନଟ ହୋଇଥିବା ୭ ଜଣ କରୋନା ସଂକ୍ରମିତ ବ୍ୟକ୍ତି କେଉଁ ଅଞ୍ଚଳର ତାହା ଅପେକ୍ଷା କରାଯାଇଛି।