ରାଜ୍ୟରେ ଆଉ ୧୩୬ କରୋନା ଆକ୍ରାନ୍ତ ଚିହ୍ନଟ: ଓଡ୍ରାଫ୍/ଏନଡିଆରଏଫର ୫୪ କର୍ମଚାରୀ କୋଭିଡ ପଜିଟିଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ୧୩୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୩୪ ଜଣ କ୍ୱାରେଣ୍ଟାଇନ ସେଣ୍ଟର ଥିବା ବେଳେ ୨ ଜଣ ସାଧାରଣରେ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮୬କୁ ଛୁଇଁଛି।

ଏମାନଙ୍କ ମଧ୍ୟରେ ସେହିପରି କେନ୍ଦୁଝରରୁ ୮, ଝାରସୁଗୁଡାରୁ ୪, ଖୋର୍ଦ୍ଧାରୁ ୧୭, ଢ଼େଙ୍କାନାଳରୁ ୩, କଟକରୁ ୭, କେନ୍ଦ୍ରାପଡ଼ାରୁ ଜଣେ, ନୂଆପଡ଼ାରୁ ୨, ଗଜପତିରୁ ୭, କନ୍ଧମାଳରୁ ୧୫, କଳାହାଣ୍ଡିରୁ ୨, ଗଞ୍ଜାମରୁ ୩, ପୁରୀରୁ ୩, ମୟୁରଭଞ୍ଜରୁ ୯ ଓ ସମ୍ବଲପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାତ୍ୟା ଅମ୍ଫାନ ମୁକାବିଲା ପାଇଁ କୋଲକାତା ଯାଇ ଫେରିଥିବା ଓଡ୍ରାଫ୍/ଏନଡିଆରଏଫ୍ ଟିମର ଆଉ ୫୪ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧,୮୮,୭୪୩ଟି ସ୍ୱାବ ଟେଷ୍ଟ କରାଯାଇଥିବା ବେଳେ ସେଥିରୁ ୩,୩୮୬ଟି ପଜିଟିଭ ଚିହ୍ନଟ ହୋଇଛି। ସେହିପରି ୨,୨୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୧୦୯୨ ରହିଛି।