ନ୍ୟୁରୋସର୍ଜନ୍ ସନାତନ ରଥଙ୍କ ପରଲୋକ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଦେଶର ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ସନାତନ ରଥଙ୍କ ପରଲୋକ ଘଟିଛି। ଦୀର୍ଘ ଦିନ ଧରି କର୍କଟ ସହ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିବା ସନାତନ କଟକସ୍ଥିତ କନିକା ବାସଭବନରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ନ୍ୟୁରୋ ସ୍ପେଶିଆଲିଷ୍ଟ ଭାବେ ବହୁ ବିରଳ ଅପରେସନ କରି ସେ ସଫଳ ହୋଇଥିଲେ। ବ୍ୟକ୍ତିଗତ ଜୀବନରେ ଖୁବ୍ ପ୍ରସିଦ୍ଧି ଲାଭ କରିଥିବା ସନାତନ ଜାପାନରେ ରହି ଗବେଷଣା କରିଥିଲେ। ସେ ପ୍ରଫେସର ଥିବା ସମୟରେ ରାଜ୍ୟସରକାରଙ୍କ ଅନୁମତିକ୍ରମେ ପ୍ରଥମଥର ପାଇଁ ଓଡ଼ିଶାର ଏସିସିବି ମେଡିକାଲରେ ସିଟି ସ୍କାନ ମେସିନ ବସାଇଥିଲେ। କରୋନା କଟକଣା ମଧ୍ୟରେ ବହୁ ବିଶିଷ୍ଟ ବ୍ୟକ୍ତି, ଚିକିତ୍ସିକ, ସମାଜସେବୀ ଓ ବନ୍ଧୁବର୍ଗ ଶେଷଦର୍ଶନ ପାଇଁ ତାଙ୍କ ଘରେ ପହଂଚିଛନ୍ତି। ସନାତନାଙ୍କ ବିୟୋଗରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ଘଟିଛି।