କାଠମାଣ୍ଡୁ,ଏଜେନ୍ସି: ନେପାଳର ସିନ୍ଧୁପାଲଚୌକ ଜିଲ୍ଲାରେ ପ୍ରବଳବର୍ଷା ଓ ଭୂସ୍ଖଳନରେ ଅନ୍ୟୁନ ୧୮ ଜଣଙ୍କ ପ୍ରାଣହାନୀ ଘଟିଥିବାବେଳେ କେତେକ ଲୋକ ନିଖୋଜ ଅଛନ୍ତି। କ୍ଷତିଗ୍ରସ୍ତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରିରହିଛି। ଇତି ମଧ୍ୟରେଘର ନଷ୍ଟ ହୋଇଯାଇଥିଲା। ଏଥିରେ ପ୍ରାଣ ହରାଇଥିବା ୧୮ ଜଣଙ୍କ ମଧ୍ୟରେ ୧୧ ଜଣ ଶିଶୁ, ୪ ଜଣ ମହିଳା ଅଛନ୍ତି। ଗତ ବର୍ଷ ଜୁଲାଇରେ ନେପାଳର ବିଭିନ୍ନ ଭାଗରେ ପ୍ରବଳ ବର୍ଷା ଓ ଭୂସ୍ଖଳନରେ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟିଥିଲା।