ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣାରଉତ୍ସ ପାଲଟିଛି ନେହରୁ ଯୁବକେନ୍ଦ୍ର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର କାଲିମେଳାସ୍ଥିତ ଓଡିଶା ଜୀବିକା ମିଶନ ସଭାଗୃହରେ ବିଭିନ୍ନ ଯୁବ ସଂଘର ସଦସ୍ୟମାନଙ୍କୁ ନେଇ ଏକ ସଭା ହୋଇଥିଲା। ଏଥିରେ ଜିଲ୍ଲା କ୍ରୀଡା ଅଧିକାରୀ କୂଳମଣି ନିଆଲ, ନେହରୁ ଯୁବକେନ୍ଦ୍ରର ଜିଲ୍ଲା ଯୁବଅଧିକାରୀ ହରିଶ ରୂପାଲ ଏବଂ ସମାଜସେବୀ ବିନାଶ କୁମାର ମିଶ୍ର ଯୁବକମାନଙ୍କୁ ଫିଟ୍ ଇଣ୍ଡିଆ ବିଷୟରେ ସଚେତନ କରିଥିଲେ।

ଯୁବକମାନେ କିପରି ସୁସ୍ଥ ରହିବେ ଓ ଏଥିପାଇଁ ପ୍ରତିଦିନ ଶାରୀରିକ ବ୍ୟାୟାମ କରିବା, ଖେଳିବା , ଯୋଗ କରିବା ଏବଂ ନିଜ ପରିବାର ଓ ଗ୍ରାମର ସମସ୍ତଙ୍କୁ ଏଥିରେ ଯୋଡିବା ପାଇଁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ଗ୍ରାମ ଓ ସମାଜର ବିକାଶ କ୍ଷେତ୍ରରେ ଯୁବ ସଂଘ ମୁଖ୍ୟ ଭୂମିକା ଗ୍ରହଣ କରିପାରିବ ବୋଲି କହିଥିଲେ। ଅଧିକରୁ ଅଧିକ ଯୁବସଂଘ ଗଠନ କରିବା ପାଇଁ ପଡିଆ ଓ କାଲିମେଳା ବ୍ଲକର ନେହରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀ ଅସିତ ବାରଇ ଏବଂ ସୁମିତ ମଣ୍ଡଳ ବିଭିନ୍ନ ଗ୍ରାମକୁ ସ୍ୱେଚ୍ଛାସେବୀ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ।