ଚିକିତ୍ସାରେ ଅବହେଳା ଯୋଗୁଁ ଅନ୍ତେବାସୀଙ୍କ ମୃତ୍ୟୁ ଅଭିଯୋଗ

ରାୟଗଡା,ଏନଏନଏସ: ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆସିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଲାକ୍ରେସି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ । ମୃତ ଛାତ୍ରୀ ଜଣକ ହେଲେ ୮ମ ଶ୍ରେଣୀର ନର୍ମଦା ନାୟକ । ରକ୍ତହୀନତା ଯୋଗୁଁ ଆଜି ହଠାତ୍ ସ୍କୁଲ ପରିସରରେ ନର୍ମଦାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ତେବେ ତାଙ୍କୁ ପ୍ରଥମେ ସୁଙ୍ଗେର ଡାକ୍ତରଖଆନା ଓ ପରେ ରାୟଗଡା ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ବାଟରେ ମୃତ୍ୟୁ ଘଟିଥିଲା । ତେବେ ଚିକିତ୍ସା ଅବହେଳାରୁ ନର୍ମଦା ମୃତ୍ୟୁବରଣ କଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ତାଙ୍କ ପରିବାରକୁ ଖବର ନଦେଇ ସିଧାସଳଖ ରାୟଗଡା ଆଣିବା ସନ୍ଦେହ ହେଉଥିବା ମୃତ ନର୍ମଦାର ବାପା କହିଛିନ୍ତି । ଏପରିକି ଗତ ତିନିଦିନ ଧରି ଜ୍ଵର ହୋଇଥିବା ବେଳେ ଏ ବିଷୟକୁ ମଧ୍ୟ ପରିବାରକୁ ଖବର ଦିଆଯାଇନଥିବା ନର୍ମଦାର ବାପା କହିଛିନ୍ତି । ଅନ୍ୟପଟେ ଏ ନେଇ ବିଭାଗ ପକ୍ଷରୁ ତଦନ୍ତ କରାଯିବ ବୋଲି କହିଛନ୍ତି ସର୍ବ ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏନେଥେସିଆ କେରକେଟା ।