ବାତିଲ ହେଲା ନିଟ ପରୀକ୍ଷା

ନୁଆଦିଲ୍ଲୀ,ଏଜେନ୍ସି: ନିଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏହି ସୂଚନା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରଦାନ କରିଛନ୍ତି। ସେ କହିଛନ୍ତି କରୋନା ମହାମାରୀ ହେତୁ ପରୀକ୍ଷା ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ଆସନ୍ତା ଏପ୍ରିଲ ୧୮ରେ ଦେଶର ବିଭିନ୍ନ ସହରରେ ଅନୁଷ୍ଠିତ ହୋଇ ମେ ୩୧ରେ ଫଳାଫଳ ପ୍ରକାଶ ପାଇବାର ଥିଲା। ଏଥିପାଇଁ ଏପ୍ରିଲ ୧୪ରେ ପରୀକ୍ଷାର୍ଥୀଙ୍କ ନିମନ୍ତେ ଆଡମିଟ କାର୍ଡ ମଧ୍ୟ ଜାରି କରାଯାଇଥିଲା।

ତେବେ ଦେଶରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା ଗତ କାଲି ସିବିଏସସି ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି। ପରେ ଦେଶର ବିଭିନ୍ନ ରାଜ୍ୟରେ ପରୀକ୍ଷା ବାତିଲ ବା ଘୁଞ୍ଚାଇ ଦିଆଯାଇଛି। ଏହିଭଳି ପରିସ୍ଥିତିରେ ନିଟ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ପରୀକ୍ଷାକୁ ଘୁଞ୍ଚାଇ ଦେବାକୁ ସରକାରଙ୍କ ନିକଟରେ ଅପିଲ କରିଥିଲେ। ବର୍ତ୍ତମାନର ସ୍ଥିତିକୁ ଲକ୍ଷ କରି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ପୁନର୍ବାର କେବେ ପରୀକ୍ଷା କରାଯିବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ।