ଚାହିଦା ଓ ବ୍ୟୟ ବୃଦ୍ଧିକୁ ଗୁରୁତ୍ୱ

ନୂଆଦିଲ୍ଲୀ,ଏଜେନ୍ସି: ସାମ୍ପ୍ରତିକ ଆର୍ଥିକ ମାନ୍ଦାବସ୍ଥାକୁ ମୁକାବିଲା କରିବା ସହିତ ଅଭିବୃଦ୍ଧି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଦିଗରେ ପ୍ରୟାସ ଜାରି ରହିଥିବା ବେଳେ ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ ବୈଠକରେ କେନ୍ଦ୍ରୀୟ ରାଷ୍ଟ୍ରାୟାତ୍ତ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରାଯାଇଛି। ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ଅତନୁ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହାରତ୍ନ ଏବଂ ନବରତ୍ନ ମାନ୍ୟତାପ୍ରାପ୍ତ ବହୁ ରାଷ୍ଟ୍ରାୟାତ୍ତ ଉଦ୍ୟୋଗର ବରିଷ୍ଠ ଅଧିକାରୀ ଏବଂ ଅର୍ଥନୈତିକ ପରାମର୍ଶଦାତା ମାନେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷକରି ଆର୍ଥିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା

ଉଦ୍ଦେଶ୍ୟରେ ରାଷ୍ଟ୍ରାୟାତ୍ତ ଉଦ୍ୟୋଗୀମାନଙ୍କ ଦ୍ୱାରା ବ୍ୟୟ  ବୃଦ୍ଧି କରାଯାଇ ଚାହିଦା ବୃଦ୍ଧି କରିବାକୁ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ବ୍ୟୟ ବରାଦ ଅନୁସାରେ ବ୍ୟୟ  ବୃଦ୍ଧି କରାଗଲେ ବଜାରରେ ଚାହିଦା ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି ହେବ। ଏହାଦ୍ୱାରା ବଜାରରେ ନଗଦ ରାଶିର ପ୍ରବାହ ମଧ୍ୟ ବୃଦ୍ଧି ହେବ। ଚଳିତ ଆର୍ଥିକ ବର୍ଷ କେନ୍ଦ୍ର ସରକାରଙ୍କ ବ୍ୟୟ ବରାଦ ପରିମାଣ ୩.୩୮ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ରାଷ୍ଟ୍ରାୟାତ୍ତକମ୍ପାନୀମାନଙ୍କ ନିଜସ୍ୱ ବ୍ୟୟ ଲକ୍ଷ୍ୟ ମଧ୍ୟ ରହିଛି। ତେବେ ସାମୂହିକ ଭାବେ ବ୍ୟୟ ବୃଦ୍ଧିକୁ ଗୁରୁତ୍ୱ ଦେବା ସହିତ ଚାହିଦା ବୃଦ୍ଧି ସୃଷ୍ଟି ଦିଗରେ କେନ୍ଦ୍ରୀୟ ରାଷ୍ଟ୍ରାୟାତ୍ତ ଉଦ୍ୟୋଗୀମାନେ ଉଦ୍ୟମ କରିବାକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏହି ବୈଠକରେ ୮ମହାରତ୍ନ ରାଷ୍ଟ୍ରାୟାତ୍ତ କମ୍ପାନୀ ଭାରତ ହେଭି ଇଲେକ୍ଟ୍ରିକାଲ (ଭେଲ୍), ଭାରତ ପେଟ୍ରୋଲିୟମ କର୍ପୋରେସନ୍‌ବିପିସିଏଲ୍), କୋଲ୍ ଇଣ୍ଡିଆ ଲିମିଟେଡ୍ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ (ଗେଲ୍), ଇଣ୍ଡିଆନ ଅଏଲ୍‌ କର୍ପୋରେସନ୍‌ଏନ୍ଟିପିସିଓଏନ୍ଜିସି, ଏବଂ ସେଲ୍ ଆଦି କମ୍ପାନୀ ସହିତ ୧୬ଟି ନବରତ୍ନ କମ୍ପାନୀର ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ବୈଠକରେ ବ୍ୟୟ ବିଭାଗ ସଚିବ ଜି ସି ମୁର୍ମୁ ସହ ଉପାଧ୍ୟକ୍ଷ ରହିଥିଲେ ଏବଂ ପାୱାର ଗ୍ରୀଡ୍ କର୍ପୋରେସନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ଏନ୍‌ଟିପିସି ନିର୍ଦ୍ଦେଶକ, ଜାତୀୟ ରାଜପଥ ପ୍ରାଧିକରଣ ସଦସ୍ୟ ଏବଂ ଓଏନ୍ଜିସି ଓ ସେଲ୍ର ବିତ୍ତୀୟ ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ସେହିପରି ରେଳ ମନ୍ତ୍ରଣାଳୟ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌, ବେସାମରିକ ବିମାନ ଚଳାଚଳ, ସଡ଼କ ପରିବହନ, ଜାହାଜ ଚଳାଚଳ ଏବଂ ଗୃହ ଓ ନଗର ଉନ୍ନୟନ ବ୍ୟାପାର ବିଭାଗର ବିତ୍ତୀୟ ପରାମର୍ଶଦାତା ମାନେ ମଧ୍ୟ ଉପସ୍ଥିତ ଥିଲେ।