ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶରେ କରୋନାର ଭୟବହତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ରାତି ୧୨ ଟାରୁ ୨୧ଦିନ ଯାଏ ସାରା ଦେଶକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ତେବେ ଏହି ଲକଡାଉନ୍କୁ ନେଇ ଚିନ୍ତା କି ଡରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଗୃହମନ୍ତ୍ରୀ ଅମିତ୍ ଶାହ ଦେଶବାସୀଙ୍କୁ କହିଛନ୍ତି। ଶାହା କହିଛନ୍ତି ଲକ୍ଡାଉନ୍ ସମୟରେ ଆବଶ୍ୟକ ସାମଗ୍ରୀର କୌଣସି ଅଭାବ ହେବ ନାହିଁ ବୋଲି କହିଛନ୍ତି। କେନ୍ଦ୍ର ସରକାର ସମସ୍ତ ରାଜ୍ୟମାନଙ୍କ ସହ ମିଶି ଏଥିପାଇଁ ପର୍ଯ୍ୟାପ୍ତ ଚେଷ୍ଟା ଚଳାଇଛନ୍ତି।
ଏହି ପରିସ୍ଥିତିରେ ଡରିବାର କୌଣସି ଆବଶ୍ୟକତା ନାହିଁ। କରୋନା ସହ ଲଢିବା ପାଇଁ ପୁରା ହିନ୍ଦୁସ୍ତାନ ଏକାଠି ହୋଇଛି ବୋଲି ଗୃହମନ୍ତ୍ରୀ ଅମିତ ଶାହା ଦେଶବାସୀଙ୍କୁ ଆସ୍ୱସ୍ତ କରାଇଛନ୍ତି।