କେରଳରେ ବନ୍ୟା ସହାୟତା ଲାଗି ଓଡିଶାରୁ ଯିବ ଏନଡିଆରଏଫ୍ ଟିମ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: କେରଳରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାର ମୁକାବିଲା କରିବା ଲାଗି ଓଡିଶାରୁ ୬ଟି ଏନଡିଆରଏଫ୍ (ନ୍ୟାସନାଲ ଡିଜାଷ୍ଟର ରାପିଡ୍ ଆକ୍ସନ ଫୋର୍ସ) ପଠାଯିବ। ଏହି ଦଳ ସେଠାକୁ ଯାଇ ବନ୍ୟା ପ୍ରପୀଡିତ ଅଞ୍ଚଳରେ ଥିବା ଲୋକଙ୍କୁ ଉଦ୍ଧାର କରିବା ସହ ରିଲିଫ୍ ଯୋଗାଇଦେବେ।

ସୂଚନା ଅନୁସାରେ ୬ଟି ଏନଡିଆରଏଫ୍ ଟିମ୍ ରେ ୧୫୦ ଜଣ ରହିଛନ୍ତି ଓ ୧୮ଟି ପାୱାର ବୋଟ୍ ଯୋଗାଇ ଦିଆଯାଇଛି। ଏହି ଟିମ୍ ମଙ୍ଗଳବାର ଅପରାହ୍ଣରେ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଥିରୁବନନ୍ତପୁରକୁ ଯିବେ।

ତେବେ ମଙ୍ଗଳବାର କେରଳର ଇଦୁକ୍କି, ତ୍ରିଶୁର, ପଲାକ୍କଡ ଓ ମାଲ୍ଲାପୁରମ ଠାରେ ପ୍ରବଳ ବର୍ଷା ପୂର୍ବାନୁମାନ ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମଡି) ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ କେରଳର ୯ଟି ରାଜ୍ୟରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।