ଉଦ୍ଧାର ସାରି ଫେରିଥିବା ଏନଡିଆରଏଫ୍ କର୍ମୀଙ୍କଠାରେ ଦିଶୁଛି ଭିନ୍ନ ଲକ୍ଷଣ

ନୂଆଦିଲ୍ଲୀ: ବାହାନଗାସ୍ଥିତ ଭୟଙ୍କର ରେଳ ଦୁର୍ଘଟଣାରେ ଏନଡିଆରଏଫ ଟିମ୍ ଦିନରାତି କଠିନ ପରିଶ୍ରମ କରି ତ୍ୱରିତ ବେଗରେ ଉଦ୍ଧାର କାର୍ଯ୍ୟ କରିଥିଲା । ଲଗାତାର ଶବ ଓ ଆହତଙ୍କୁ ଉଦ୍ଧାର କରିଥିବାରୁ ଅନେକ ଏନଡିଆରଏଫ୍ କର୍ମୀଙ୍କଠାରେ ଭିନ୍ନ ଭିନ୍ନ ଲକ୍ଷଣ ଦିଶୁଛି । ଏନେଇ ଏନଡିଆରଏଫ୍ ମହାନିର୍ଦ୍ଦେଶକ ଅତୁଲ କରବାଲ ସୂଚନା ପ୍ରଦାନ କରିଛନ୍ତି।

ଅତୁଲ କରବାଲ କହିଛନ୍ତି ଯେ, ଓଡ଼ିଶାର ବାଲେଶ୍ୱରରେ ଟ୍ରେନ ଦୁର୍ଘଟଣାସ୍ଥଳରେ ନିୟୋଜିତ ଥିବା ବଳର ଜଣେ କର୍ମୀ ଯେତେବେଳେ ପାଣି ଦେଖୁଛି ତାକୁ ରକ୍ତ ଭଳି ଲାଗୁଛି । ଅନ୍ୟଜଣେ କର୍ମୀଙ୍କୁ ଭୋକ ଲାଗୁନାହିଁ ।