ବିଧାୟକ ଦଳ ନେତା ପଦରୁ ଅଜିତ ପାୱାରଙ୍କୁ ବିଦା

ମୁମ୍ବାଇ : ଏନସିପି ମୁଖ୍ୟ ଶରଦ ପାଓ୍ଵାର ବିଦ୍ରୋହୀ ନେତା ଅଜିତଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତାଙ୍କୁ ଏନସିପି ବିଧାୟକ ଦଳ ନେତା ପଦରୁ ବରଖାସ୍ତ କରାଯାଇଛି । ତାଙ୍କ ସ୍ଥାନରେ ଦିଲୀପ ଓ୍ଵାଲସେ ପାଟିଲ ଦଳର ନୂଆ ବିଧାୟକ ଦଳ ନେତା ନିଯୁକ୍ତ ହୋଇଛନ୍ତି । ଅନ୍ୟପକ୍ଷରେ ସକାଳେ ଶପଥଗ୍ରହଣ ଉତ୍ସବରେ ଯୋଗଦେଇଥିବା କେତେକ ବିଦ୍ରୋହୀ ବିଧାୟକ ଶରଦ ପାଓ୍ଵାରଙ୍କ ପ୍ରତି ନିଜର ଆନୁଗତ୍ୟ ପ୍ରକାଶ କରିଛନ୍ତି । ଏନସିପିର ୫୪ ବିଧାୟକଙ୍କ ମଧ୍ୟରୁ ୫୦ ଏବେ ଶରଦ ପାଓ୍ଵାରଙ୍କ ନିୟନ୍ତ୍ରଣରେ ରହିଛନ୍ତି । ସେମାନଙ୍କୁ ମୁମ୍ବଇର ରେନେସାଁ ହୋଟେଲକୁ ନିଆଯିବ ବୋଲି ଜଣାପଡିଛି।

ସକାଳେ ଅଜିତ ପାଓ୍ଵାରଙ୍କ ସହିତ ଯାଇଥିବା ୯ ଜଣ ଏନସିପି ବିଧାୟକଙ୍କ ମଧ୍ୟରୁ ୪ ଜଣ ଆଜି ସଂଧ୍ୟାରେ ଶରଦ ପାଓ୍ଵାରଙ୍କ ନିକଟକୁ ଫେରିଆସିଛନ୍ତି ଓ ତାଙ୍କ ପ୍ରତି ନିଜର ଆନୁଗତ୍ୟ ପ୍ରକଟ କରିଛନ୍ତି । ଏମାନେ ହେଉଛନ୍ତି ଦିଲ୍ଲୀପ ବାଙ୍କର, ସୁନୀଲ ସେଲକେ, ସୁନୀଲ ଭୁସାରା ଓ ସଂଜୟ ଭାଂସଡେ ।