ନୂଆଦିଲ୍ଲୀ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାରେ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଜେଲରେ ଅଛନ୍ତି। ଆଉ ଏବେ ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ରକୁଲପ୍ରୀତ ସିଂ, ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଏନସିବି ଜେରା କରିବ ବୋଲି ସୂଚନା ମିଳିଛି। ସେଥିପାଇଁ ସପ୍ତାହକ ମଧ୍ୟରେ ଏନସିବି ପକ୍ଷରୁ ଉକ୍ତ ଅଭିନେତ୍ରୀମାନଙ୍କୁ ସମନ ଜାରି କରାଯିବ। ଏନସିବିର ଜେରା ସମୟରେ ରିୟା ଚକ୍ରବର୍ତ୍ତୀ ବଲିଉଡର ୨୫ ଲୋକଙ୍କ ନାମ ନେଇଥିଲେ।
ସାରା ଅଲ୍ଲୀ ଖାନ୍ ଓ ରିୟା ଚକ୍ରବର୍ତ୍ତୀ ବହୁବାର ଡ୍ରଗ୍ସ ଲେଣଦେଣ କରିଛନ୍ତି। କେବଳ ଏତିକି ନୁହେଁ ସାରା ଅଲ୍ଲୀ ଖାନ୍ ଜଣେ ହାଇ ପ୍ରୋଫାଇଲ ଡ୍ରଗ୍ ପେଡଲରର ସମ୍ପର୍କରେ ଥିଲେ ଯାହାକୁ ଏନସିବି ଏବେ ଖୋଜୁଛି।
ସୂଚନାଯୋଗ୍ୟ, ସୁଶାନ୍ତ ସିଂଙ୍କ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ଏନସିବିକୁ ବଡ଼ ଧରଣର ସଫଲତା ମିଳିଛି। ଏନସିବି ବର୍ତ୍ତମାନ ସୁଦ୍ଧା ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୋଭିକ ଚକ୍ରବର୍ତ୍ତୀଙ୍କ ସମେତ ୧୬ଜଣଙ୍କୁ ଗିରଫ କରିଛି। ଏଥିସହିତ ଉଭୟ ଭାଇ ଭଉଣୀ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣିଥିବା କଥା ସ୍ୱୀକାର କରିଛନ୍ତି।