ଅର୍ଜୁନଙ୍କୁ ପୁଣି ସମନ ଜାରି କଲା ଏନସିବି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କୁ ଏନସିବି ପୁଣିଥରେ ସମନ ପଠାଇଛି। ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରୁ ବାହାରିଥିବା ଡ୍ରଗ୍ସ ଲିଙ୍କ ନେଇ ଏନସିବି ଅର୍ଜୁନଙ୍କୁ ପଚରାଉଚୁରା କରିବ। ଅର୍ଜୁନ ଡିସେମ୍ବର ୧୬ ତାରିଖରେ ଏନସିବି ଅଫିସରେ ହାଜିର ହେବେ। ଏହାପୂର୍ବରୁ ନଭେମ୍ବର ୧୩ ତାରିଖରେ ଅୁର୍ଜନ ଏନସିବିରେ ହାଜିର ହୋଇଥିଲେ।

ନଭେମ୍ବର ୧୩ରେ ଏନିସିବି ଅଫିସରୁ ବାହାରିବା ପରେ ଅର୍ଜୁନ କହିଥିଲେ ଯେ, ‘କୌଣସି ନିର୍ଦ୍ଦୋଷର ପ୍ରତିଷ୍ଠାକୁ ହତ୍ୟା କରିବା ଆଦୌ ଠିକ୍ ନୁହେଁ। ମୋର ଡ୍ରଗ୍ସ ସହ କୌଣସି ସମ୍ପର୍କ ନାହିଁ। କିନ୍ତୁ ଏହି ମାମଲାକୁ ନେଇ ଏନସିବି ଯାହା କାମ କରୁଛି ତାହା ଠିକ୍ ଅଛି। ଏନସିବି ଯେଉଁ ମାମଲାକୁ ନେଇ ଯାଞ୍ଚ କରୁଛି ସେ ମଧ୍ୟ ଜାଣି ସାରିଥିବ କି ଏଥିରେ ମୋର କୌଣସି ହାତ ନାହିଁ।’