ନୂଆଦିଲ୍ଲୀ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଏନସିପି ନେତା ନବାବ ମଲ୍ଲିକଙ୍କ ଆରୋପକୁ ଏନସିବି ଖଣ୍ଡନ କରିଛି। ଏନସିବିର ଡେପୁଟି ଡିଜି ଜ୍ଞାନେଶ୍ୱର ସିଂହ କହିଛନ୍ତି ଯେ, ଏଜେନ୍ସି ନିରପେକ୍ଷ ତଦନ୍ତ କରିଥାଏ। ଆମେ ବିନା କୌଣସି ଭେଦଭାବରେ ଆମ ଦାୟିତ୍ୱ ତୁଲାଇଥାଉ। ରେଡ୍ ମାରିବା ଦିନ ୧୪ଜଣଙ୍କୁ ଏନସିବି ଅଫିସ ଅଣାଯାଇଥିଲା। ନୋଟିସ ଜାରି କରାଯାଇ ତାଙ୍କୁ ପଚରାଉଚୁରା କରାଯାଇଥିଲା। ପ୍ରମାଣ ଅଭାବରୁ ୬ଜଣଙ୍କୁ ଛାଡ଼ି ଦିଆଯାଇଥିବା ବେଳେ ୮ଜଣଙ୍କୁ ଗିରଫ କରାଯାଇଥିଲା। ଆମ ଉପରେ ଲଗାଯାଇଥିବା ଆରୋପ ନିରାଧାର ଓ ଦୁର୍ଭାଗ୍ୟପୂର୍ଣ୍ଣ। ଯେଉଁମାନଙ୍କୁ ଗିରଫ କରାଯାଇଛି ସେମାନଙ୍କ ସହ ଭଲ ବ୍ୟବହାର କରାଯାଇଛି ଯାହାକି ତାଙ୍କ ଓକିଲ ମଧ୍ୟ କୋର୍ଟରେ କହିଛନ୍ତି।