ଚାଷ ଜମିରେ ୱାର୍ଡ଼ ସଭ୍ୟଙ୍କ ମୃତ୍ୟୁ

ନୟାଗଡ,ଏନ୍ଏନ୍ଏସ୍ : ଚାଷ ଜମିରେ କାମ କରୁଥିବା ବେଳେ ଆଜି ଜଣେ ୱାର୍ଡ଼ ସଭ୍ୟଙ୍କ ଚାଷ ଜମିରେ ଅଚାନକ ମୃତ୍ୟୁ ଘଟିଛି । ସୂଚନାନୁସାରେ, ବଡ଼ପଣ୍ଡୁସର ପଂଚାୟତ ଅମୃତମଣୋହୀ ସାହିର ୱାର୍ଡ଼ ସଭ୍ୟ ଗଦାଧର ବେହେରା (୫୪) ଆଜି ନିଜ ଜମିକୁ କାମ କରିବାକୁ ଯାଇଥିଲେ । ମୟୁର ହୋରେଲ ପଛପାଖରେ ଥିବା ତାଙ୍କ ଜମିରେ ସେ କାମ କରୁଥିବା ବେଳେ ସେ ଟଳି ପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ବଡ଼ପଣ୍ଡୁସର ଡାକ୍ତରଖାନାରେ ଭର୍ତ୍ତୀ କରିଥିବା ବେଳେ ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସ୍ଥାନୀୟ ଅଂଚଳରେ ଗଦାଧରଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳି ଯାଇଛି ।