ବିଶ୍ୱ ପରିବେଶ ଦିବସରେ ଓଡ଼ଗାଁ ବନାଞ୍ଚଳକୁ ମିଳିଛି ଆଉ ଏକ ବଡ଼ ସଫଳତା

ଓଡ଼ଗାଁ,ଏନ୍ଏନ୍ଏସ୍ : ବିଶ୍ୱ ପରିବେଶ ଦିବସରେ ଓଡ଼ଗାଁ’ ବନବିଭାଗକୁ ମିଳିଛି ଏକ ବଡ଼ ସଫଳତା । ବିଶେଷ ସୂତ୍ରରୁ ଖବର ପାଇ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡା ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ବନପାଳ ଜ୍ୟୋତିରଞ୍ଜନ ମାନସିଂହ ଓ ଅନ୍ୟମାନଙ୍କ ସହିତ ନୟାଗଡ଼-ଭଞ୍ଜନଗର ରାଜ୍ୟ ରାଜପଥର ନାଉଖାଲ ନିକଟରେ ପୂର୍ବରୁ ଜଗି ରହିଥିଲେ । ଗୁରବାର ବିଳମ୍ବିତ ରାତିରେ ଓ ଆର ୦୨ ଏ ୮୭୬୫ ନମ୍ବର ବିଶିଷ୍ଟ ଏକ ୪୦୭ରେ ଶାଳ ଲଗ ବୋଝେଇ ହୋଇ ଆସୁଥିବା ଗାଡିଟିକୁ ପିଛା କରି ଜବତ କରିଥିବା ବେଳେ ଚାଳକ ଫେରାର ହୋଇଯାଇଥିଲା । ପରେ ଜବତ ଗାଢିକୁ ଓଡ଼ଗାଁ ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଜବତ ଶାଳ ଲଗର ଆନୁମାନିକ ମୂଲ୍ୟ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାଯାଇଛି । ସୂଚନା ଥାଉକି ୫ଦିନ ପୂର୍ବରୁ ଗତ ୩୧/୫ ରବିବାର ଦିନ ୨ଟି ସ୍ଥାନରେ ଚଢାଉ କରି କାଠ ବୋଝେଇ ଗୋଟିଏ ପିକଅପ ଭ୍ୟାନ ଓ ବହୂ ମୂଲ୍ୟବାନ କାଠପଟା ଜବତ କରି ଓଡ଼ଗାଁ ବନ ବିଭାଗ ସଫଳତା ହାସଲ କରିଥିଲେ ।