କେ.ସି କ୍ଲବର ରାତ୍ର ଜଗୁଆଳ ମୃତ

ନୟାଗଡ଼,ଏନ୍ଏନ୍ଏସ୍ : ନୟାଗଡ଼ ସହରର ଛାତି ଉପରେ ଅବସ୍ଥିତ କେ.ସି କ୍ଲବ ଭିତର ଗୃହ ଫାଟକ ପାଖରେ ଆଜି ସକାଳୁ ଏକ ମୃତ ଦେହ ପଡ଼ି ରହିଥିଲା । ମୃତକ ଜଣଙ୍କ ନୟାଗଡ଼ ପୋଲିସ ପଡ଼ିଆ ସାହି ବସନ୍ତ କୁମାର ବେହେରା (ଘାଉଆ) ବୋଲି ଜଣାପଡ଼ିଛି । ଏହି ବ୍ୟକ୍ତି ଜଣଙ୍କ କେ.ସି କ୍ଲବ ରାତ୍ର ଜଗୁଆଳ ଭାବେ କାର୍ଯ୍ୟ କରୁଥିବା ବେଳେ ଗତକାଲି ରାତ୍ରିରେ କୈାଣସି କାରଣକୁ ନେଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତକଙ୍କ ବାପା, ମାଆ ଓ ତ୍ପତୀ ଘାଉଆଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ତାଙ୍କ ପୁଅ ସହ କିଛି ଲୋକଙ୍କ ଜମିବାଡ଼ିକୁ ନେଇ ଗଣ୍ଡଗୋଳ ରହିଥିଲା । ଯେଉଁ କାରଣକୁ ନେଇ ତାକୁ ହତ୍ୟା କରାଯାଇ ଥିବା ସେମାନେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ପାଇବା ପରେ, ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବେଚ୍ଛଦ ପାଇଁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଟାଉନଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ ସୂଚନା ଦେଇଛନ୍ତି ।