ପୁଲିସକୁ ଖୋଲା ଚାଲେଞ୍ଜ କରି ସହିଦ ସପ୍ତାହ ପାଳନ କଲେ ନକ୍ସଲ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀକୁ ଚାଲେଞ୍ଜ କରି ନକ୍ସଲ ପାଳିଛନ୍ତି ସହିଦ ସପ୍ତାହ। ଏହି ପରିପ୍ରେକ୍ଷୀରେ ନିଜର ପତିଆରା ଜାହିର କରିବାକୁ ନକ୍ସଲଙ୍କ ପକ୍ଷରୁ ବିରାଟ ଆୟୋଜନ କରିଥିଲେ। ଶହ ଶହ ଲୋକେ ସାମିଲ ହୋଇ ସରକାର ବିରୋଧରେ ନାରା ଦେଇଥିଲେ। ସେହିପରି ପୁଲିସ ଗୁଳିରେ ମୃତ୍ୟୁ ହୋଇଥିବା କମ୍ରେଡଙ୍କ ଉଦ୍ଦେଶ୍ୟରେ ନକ୍ସଲ ମାନେ ସ୍ମୃତି ଚାରଣ କରିଥିଲେ।

ସ୍ୱାଭିମାନ ଅଞ୍ଚଳରେ ପୁଲିସର ଘନ ଘନ ଚଢ଼ଉ ଜାରି ରହିଥିବାବେଳେ ନକ୍ସଲ ଏହାକୁ ଖାତିର ନକରି ଖୋଲା ଚାଲେଞ୍ଜ କରି ସହିଦ ଦିବସ ପାଳନ କରିଛନ୍ତି।