ନକ୍ସଲ କ୍ୟାମ୍ପ ଠାବ: ହ୍ୟାଣ୍ଡ ଗ୍ରେନେଡ, ବୋମା, ବନ୍ଧୁକ, ଡ଼ିଟୋନେଟର ଜବତ

ଜୟପୁର,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅଂଚଳରେ ମାଓ କ୍ୟାମ୍ପ ଠାବ । ଆଜି କମ୍ବିଂ ଅପରେସନ ବେଳେ ଏହି ଥାନା ଅନ୍ତର୍ଗତ ଆମ୍ଫାବାଲି ଅଂଚଳର ତୁମ୍ବିଗୁଡ଼ା ଓ ପାନାବାଡ଼ି ନିକଟରୁ ମାଟିତଳେ ଦୁଇଟି ଡ଼୍ରମରେ ପୋତାଯାଇଥିବା ଅବସ୍ଥାରେ ରଖାଯାଇଥିବା ୩୬ ପ୍ରକାର ମାଓ ସାମଗ୍ରୀକୁ ପୋଲିସ ଜବତ କରିଛି । ଏଥିରେ ଥିବା ଗୋଟିଏ ବନ୍ଧୁକ, ଗୋଟିଏ ପିସ୍ତଲ, ୧ ହ୍ୟାଣ୍ଡଗ୍ରେନେଡ୍‌, ୪ଟି ଇଲେକଟ୍ରକ୍ ଡିନେଟାନେଟର, ୧୩ଟି ବୋମା, ଗୋଟିଏ ବୁଲେଟ୍ ପ୍ରୁଫ୍ ମେଟାଲ ପ୍ଲେଟ୍‌, ୧ କେଜି ଗନ୍ ପାଉଡ଼ର ସହ ଅନ୍ୟାନ୍ୟ ମାଓ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି।

ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତି ସମ୍ପୃକ୍ତ ଅଂଚଳରେ ନନ୍ଦପୁର ଏରିଆ କମିଟିର ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଖବର ପାଇ କୋରାପୁଟ ପୋଲିସର ଡ଼ିଭିଏଫ, ବିଏସଏଫ ଓ ଏସଓଜି ଯବାନଙ୍କ ଏକ ମିଳିତ ଟିମ୍ ଘଟଣାସ୍ଥଳରେ ପହଞ୍ଚି କମ୍ବିଂ ଅପରେସନ ଚଳାଇଥିଲେ । କୁମ୍ବିଂ ବେଳେ ଏହି ନକ୍ସଲ କ୍ୟାମ୍ପକୁ ଠାବ କରିବାରେ ସଫଳ ହୋଇଛି ପୋଲିସ ।