ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଏନସିପି ମନ୍ତ୍ରୀ ନବାବ ମଲ୍ଲିକ ପୁଣିଥରେ ଏନସିବିର ଯାଞ୍ଚ ଉପରେ ପ୍ରଶ୍ନ ଉଠାଇଛନ୍ତି। ନବାବ ମଲ୍ଲିକ କହିଛନ୍ତି ଯେ, ଉକ୍ତ ମାମଲାରେ ଏନସିବି ୧୧ଜଣଙ୍କୁ ଗିରଫ କରିଥିଲା। କିନ୍ତୁ ସେଥିମଧ୍ୟରୁ ୩ ଜଣଙ୍କୁ ଛାଡ଼ି ଦିଆଯାଇଛି। କାହା ନିର୍ଦ୍ଦେଶରେ ଏମାନଙ୍କୁ ଛଡ଼ାଯାଇଛି ତାହା ଏନସିବି ସ୍ପଷ୍ଟ କରିବା ଦରକାର। ଏନସିବି ଅଧିକାରୀ ସମୀର ୱାଙ୍ଖଡେ ଓ ବିଜେପି ନେତା ମିଶି ଏସବୁ କରିବା ସମ୍ଭବ।
ନବାବ ମଲ୍ଲିକ ଆହୁରି କହିଛନ୍ତି ଯେ, କ୍ରୁଜ ରେଡ ପରେ ୮ରୁ ୧୦ ଜଣଙ୍କୁ ଗିରଫ କରାଯାଇଛି ବୋଲି ସମୀର ୱାଙ୍ଖଡେ କହିଥିଲେ। କିନ୍ତୁ ପରେ ଋିଷଭ ସଚ୍ଚଦେବା, ପ୍ରତୀକ ଗାବା ଓ ଅମିର ପର୍ଣ୍ଣିଚରବାଲାଙ୍କୁ ଛାଡ଼ି ଦିଆଯାଇଛି। ମୁମ୍ବାଇ ପୁଲିସର ଏଣ୍ଟି ନାରକୋଟିକ୍ସ ସେଲ ସ୍ୱତନ୍ତ୍ର ଓ ନିଷ୍ପକ୍ଷ ଯାଞ୍ଚ କରିବା ଦରକାର।